ଅର୍ଜୁନ ତେନ୍ଦୁଲକରଙ୍କୁ ନେଇ କପିଲଙ୍କ ପ୍ରତିକ୍ରିୟା
କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ଇଣ୍ଡିଆନ…
ନୂଆଦିଲ୍ଲୀ : କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ-୨୦୨୨ରେ ଖେଳିବାର ସୁଯୋଗ ମିଳିନାହିଁ । ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଥିଲା । ମାତ୍ର ତାଙ୍କୁ ଗୋଟିଏ ହେଲେ ମ୍ୟାଚରେ ସୁଯୋଗ ମିଳିନାହିଁ । ଏବେ ୨୨ ବର୍ଷୀୟ ଅର୍ଜୁନଙ୍କୁ ନେଇ ବିଶ୍ୱ କପ୍ ବିଜେତା ଦଳର ଅଧିନାୟକ କପିଲ ଦେବ ବଡ ବୟାନ ଦେଇଛନ୍ତି । କପିଲ ଦେବଙ୍କ କହିବା କଥା ଅର୍ଜୁନଙ୍କ ଉପରେ ତାଙ୍କର ସରନେମ କାରଣରୁ ପ୍ରତିଟି ସମୟ ଅଧିକ ଚାପ ରହିବ । କିନ୍ତୁ ତାଙ୍କୁ ନିଜର ଖେଳ ହିଁ ଖେଳିବାକୁ ପଡିବ । କପିଲ ଦେବ କହିଛନ୍ତି ଯେ କେହି ବି ତାଙ୍କ ବିଷୟରେ ଆଲୋଚନା କରୁଛନ୍ତି କାହିଁକି? କାରଣ ସେ ସଚିନ ତେନ୍ଦୁଲକରଙ୍କ ପୁଅ । ତାଙ୍କୁ ତାଙ୍କ ଖେଳ ଖେଳିବାକୁ ଦିଆଯାଉ ଏବଂ ସଚିନ ତେନ୍ଦୁଲକରଙ୍କ ସହ ତୂଳନା କରାନଯାଉ । କପିଲ ଦେବ କହିଛନ୍ତି, ତେନ୍ଦୁଲକର ସରନେମ ରହିବା ଅର୍ଜୁନଙ୍କ ପାଇଁ ଲାଭକାରୀ ଏବଂ କ୍ଷତିଦାୟକ ମଧ୍ୟ ।