ଡିପୋରେ ଭୟଙ୍କର ନିଆଁ : ୪୦ ମୃତ

କେମିକାଲ କାରଣରୁ ନିଆଁ ଲାଗିଥିବା କୁହାଯାଉଛି…

ନୂଆଦିଲ୍ଲୀ : ବାଂଲାଦେଶରେ ଏକ ବଡ ଅଘଟଣ ଘଟିଛି । ଏଠାକାର ସୀତାକୁଣ୍ଡା ଉପଜିଲ୍ଲାରେ ଥିବା ଏକ ଡିପୋରେ ନିଆଁ ଲାଗି ବିସ୍ଫୋରଣ ହୋଇଛି । ଯେଉଁଥିରେ ୪୦ଜଣ ପ୍ରାଣ ହରାଇବା ସହ ୩୦୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ମୃତଦେହକୁ ଶବାଗାରରେ ରଖାଯାଇଛି । ଏହାସହ ୩୦୦ରୁ ଅଧିକ ଆହତ ହୋଇଛନ୍ତି । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ରାତି ପ୍ରାୟ ୯ଟାରେ କଣ୍ଟେନର ଡିପୋରେ ନିଆଁ ଲାଗିଯାଇଥିଲା । ଯେତେବେଳେ ଅଗ୍ନିଶମ ବାହିନୀ ନିଆଁ ଲିଭାଉଥିଲା ସେତେବେଳେ ବିସ୍ଫୋରଣ ହୋଇଥିଲା । କେମିକାଲ କାରଣରୁ ନିଆଁ ଲାଗିଥିବା କୁହାଯାଉଛି । ଚିଟାଗଙ୍ଗ ଅଗ୍ନିଶମ ବାହିନୀର ନିର୍ଦ୍ଦେଶକ ମହମ୍ମଦ ଫାରୁକ କହିଛନ୍ତି ଯେ, ପ୍ରାୟ ୧୯ଟି ଗାଡି ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲେ ।