ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସୁରକ୍ଷାରେ ବଡ ତ୍ରୁଟି ପରିଲକ୍ଷିତ ହୋଇଛି । ନୋ ଫ୍ଲାଇଂ ଜୋନକୁ ପଶି ଆସିଲା ବିମାନ । ଏହା ଦେଖି ତୁରନ୍ତ ସୁରକ୍ଷା ଏଜେନ୍ସି ବାଇଡେନ୍ ଓ ତାଙ୍କ ପତ୍ନୀଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇଥିଲେ । ତେବେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ହ୍ୱାଇଟ ହାଉସ କହିଛି ଯେ, ଏକ ଛୋଟ ବିମାନ ବାଇଡେନଙ୍କ ଭ୍ୟାକେସନ ହୋମ ଅଞ୍ଚଳରୁ ପଶି ଆସିଥିଲା । ଏହା ନୋ ଫ୍ଲାଇଂ ଜୋନ ଥିଲା । ହ୍ୱାଇଟ ହାଉସ ଆହୁରି ମଧ୍ୟ କୁହାଯାଇଛି ଯେ, ବାଇଡେନ୍ ଓ ତାଙ୍କ ପରିବାର ପ୍ରତି କୌଣସି ବିପଦ ନାହିଁ । ଭୁଲରେ ବିମାନଟି ନୋ ଫ୍ଲାଇଂ ଜୋନ ମଧ୍ୟକୁ ପଶି ଆସିଥିଲା । ଯାହାକୁ ତୁରନ୍ତ ବାହାର କରାଯାଇଥିଲା ।