ଦବଙ୍ଗ ଖାନଙ୍କୁ ହତ୍ୟା ଧମକ
ସଲୀମ ଖାନ୍ ସବୁବେଳେ ସକାଳ ମର୍ଣ୍ଣିଂ ୱାକ କରି ଯେଉଁଠି ବସନ୍ତି ସେଇଠି ଏହି ଚିଠି ପଡ଼ିଥିବାରୁ ତାଙ୍କ ସୁରକ୍ଷାକର୍ମୀ ପାଇଥିଲେ…
ମୁମ୍ବାଇ : ବଲିଉଡ ଅଭିନେତା ସଲମାନ ଖାନ୍ଙ୍କୁ ପୁଣି ହତ୍ୟା ଧମକ ମିଳିଛି । କେବଳ ସଲମାନ ନୁହଁନ୍ତି, ତାଙ୍କ ବାପାଙ୍କୁ ବି ହତ୍ୟା କରିବାକୁ ଧମକ ମିଳିଛି । ଜଣେ ଅଜଣା ବ୍ୟକ୍ତି ଚିଠି ଲେଖି ହତ୍ୟା ଧମକ ଦେଇଛନ୍ତି । ଯେଉଁଥିରେ ଲେଖାଯାଇଛି ତୁମର ବି ମୁସେୱାଲା କରିଦେବୁ । ସଲୀମ ଖାନ୍ ସବୁବେଳେ ସକାଳ ମର୍ଣ୍ଣିଂ ୱାକ କରି ଯେଉଁଠି ବସନ୍ତି ସେଇଠି ଏହି ଚିଠି ପଡ଼ିଥିବାରୁ ତାଙ୍କ ସୁରକ୍ଷାକର୍ମୀ ପାଇଥିଲେ ବୋଲି ସୂଚନା ମିଳିଛି । ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରିଛି । ସୂଚନା ଥାଉକି ଗତ ମାସରେ ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁଶେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଗୁଳି କାଣ୍ଡ ପଛରେ ଲରେନ୍ସ ବିଷ୍ଣ?ଇ ଗ୍ୟାଙ୍ଗର ହାତ ରହିଛି ବୋଲି ପରେ ଜଣାପଡ଼ିଥିଲା ।