କାଶ୍ମୀର ଯୁବକଙ୍କ ବ୍ରେନ୍ ୱାସ କରୁଛି ପାକିସ୍ତାନୀ ଏଜେନ୍ସୀ
କାଶ୍ମୀରରେ ଆଇଏସଆଇର ଷଡ଼ଯନ୍ତ୍ର ଏବଂ ସ୍ଥାନୀୟ ସ୍ତରରେ ବଦଳୁଥିବା ରଣନୀତି…
ନୂଆଦିଲ୍ଲୀ: କାଶ୍ମୀରରେ ଆଇଏସଆଇର ଷଡ଼ଯନ୍ତ୍ର ଏବଂ ସ୍ଥାନୀୟ ସ୍ତରରେ ବଦଳୁଥିବା ରଣନୀତି ସହିତ ଆତଙ୍କବାଦୀଙ୍କ ବଢ଼ୁଥିବା କାର୍ଯ୍ୟକଳାପ ସୁରକ୍ଷା ବଳଙ୍କ ପାଇଁ ଏବେ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଛି । ସୁରକ୍ଷା ଏଜେନ୍ସି ଏନେଇ କହିଛି ଯେ ପାକିସ୍ତାନୀ ଏଜେନ୍ସି ଆଇଏସଆଇ କାଶ୍ମୀର ଯୁବକଙ୍କୁ ଏବେ ଅସ୍ତ୍ର କରିଛି । ସେମାନଙ୍କ ବ୍ରେନ୍? ୱାସ୍ କରିବାରେ ଲାଗିଛି । ଅନ୍ୟପଟେ କାଶ୍ମୀର ପଣ୍ଡିତ ଏବଂ କାଶ୍ମୀର ବାହାରଲୋକଙ୍କ ଉପରେ ଆକ୍ରମଣ ଜାରି ରଖିଛି । ସ୍ଥାନୀୟ ସ୍ତରରେ ଯୁବକଙ୍କୁ ଆତଙ୍କବାଦୀ ଗୋଷ୍ଠୀରେ ଭର୍ତ୍ତି କରିବା ପାଇଁ ପ୍ରସ୍ତୁତି ଚଳାଇଛି ଏହି ଗୁପ୍ତଚର ଏଜେନ୍ସି । ଏହାକୁ ପଣ୍ଡ କରିବା ପାଇଁ ସୁରକ୍ଷା ଏଜେନ୍ସିକୁ ବିଶେଷ ଆକ୍ସନ ନେବାକୁ କୁହାଯାଇଛି । ସୁରକ୍ଷା ଏଜେନ୍ସି ଏନେଇ କହିଛି ଯେ କାଶ୍ମୀର ଆତଙ୍କୀଙ୍କ ସହିତ ଜଡ଼ିତ ଗୁପ୍ତଚର ଇନପୁଟକୁ ଆହୁରି କଡାକଡି କରିବାକୁ କୁହାଯାଇଛି ।