ବରେଲିରେ ମାସେ କର୍ଫ୍ୟୁ କଟକଣା
ଉତ୍ତରପ୍ରଦେଶର କାନପୁର ହିଂସା ମାମଲାରେ ବରେଲିରେ ଲାଗିଲା କର୍ଫ୍ୟୁ । ସତର୍କତା ଦୃଷ୍ଟିରୁ
ଲକ୍ଷେ୍ନø: ଉତ୍ତରପ୍ରଦେଶର କାନପୁର ହିଂସା ମାମଲାରେ ବରେଲିରେ ଲାଗିଲା କର୍ଫ୍ୟୁ । ସତର୍କତା ଦୃଷ୍ଟିରୁ ବରେଲିରେ ଆସନ୍ତା ଜୁଲାଇ ୩ ଯାଏ କର୍ଫ୍ୟୁ ଲାଗୁ କରାଯାଇଛି । କାନପୁର ହିଂସା ପରେ ଜୁନ ୧୦ରେ ମୁସଲମାନ ଧର୍ମଗୁରୁ ତାକୁର ରଜାଙ୍କ ଦ୍ୱାରା ଘୋଷିତ ହୋଇଥିବା ବଡ ଧରଣର ବିରୋଧ ପ୍ରଦର୍ଶନ ପୂର୍ବରୁ ପୁଲିସ ଧାରା ୧୪୪ ଅନୁଯାୟୀ କର୍ଫ୍ୟୁ ଲାଗୁ କରିଛି । ପ୍ରଶାସନ ଅନୁଯାୟୀ କର୍ଫ୍ୟୁ ବେଳେ ପାଞ୍ଚରୁ ଅଧିକ ଲୋକଙ୍କୁ ସର୍ବସାଧାରଣ ସ୍ଥାନରେ ଏକାଠି ହେବାକୁ ଅନୁମତି ଦିଆଯିବ ନାହିଁ । ଏହି ସମୟ ମଧ୍ୟରେ ପିକେଟିଂ ଉପରେ ମଧ୍ୟ ନିଷେଧାଦେଶ ରହିବ ।
ଶୁକ୍ରବାର ଦିନ କାନପୁରରେ ଘଟିଥିବା ହିଂସା ପରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପାଇଁ ପ୍ରଶାସନ ଏହି ପଦକ୍ଷେପ ନେଇଛି । ଉଲ୍ଲେଖଯୋଗ୍ୟ, କାନପୁରରେ ବଜାର ବନ୍ଦ କରିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା । ଏହି ସମୟରେ ପରସ୍ପର ଉପରକୁ ପଥର ଫିଙ୍ଗାଫିଙ୍ଗି ହୋଇଥିଲେ । ଏହି ସଂଘର୍ଷରେ ଦୁଇ ଜଣ ସାଧାରଣ ବ୍ୟକ୍ତି ଏବଂ ଜଣେ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଏହି ହିଂସା ମାମଲାର ବର୍ତ୍ତମାନ ଯାଏଁ ୨୪ ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ ସ୍ପଷ୍ଟ କରିଛି ।