ବଢିଲା ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା

ମୁମ୍ବାର ସଂଯୁକ୍ତ ପୋଲିସ ଆୟୁକ୍ତ ବିଶ୍ୱାସ ନାଗରେ ପାଟିଲ ନିଜେ ସଲମାନ ଖାନଙ୍କ ଘରକୁ ଯାଇ ସୁରକ୍ଷା…

ମୁମ୍ବାଇ : ଫିଲ୍ମ ଅଭିନେତା ସଲମାନ ଖାନ ଏବଂ ତାଙ୍କ ପିତା ସଲୀମ ଖାନଙ୍କୁ ମିଳିଥିବା ଜୀବନରୁ ମାରିଦେବାର ଧମକ ମିଳିବା ପରେ ମୁମ୍ବାଇ ପୋଲିସ ପକ୍ଷରୁ ସଲମାନ ଖାନଙ୍କ ଏଠାରେ ବାନ୍ଦ୍ରାସ୍ଥିତ ଘର ଉପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ମୁମ୍ବାର ସଂଯୁକ୍ତ ପୋଲିସ ଆୟୁକ୍ତ ବିଶ୍ୱାସ ନାଗରେ ପାଟିଲ ନିଜେ ସଲମାନ ଖାନଙ୍କ ଘରକୁ ଯାଇ ସୁରକ୍ଷା ବ୍ୟବସ୍ଥା ଉପରେ ବୁଝିଛନ୍ତି । ସୂଚନାଯୋଗ୍ୟ ଯେ, ରବିବାର ଦିନ ସକାଳେ ସଲମାନ ଖାନଙ୍କ ପିତା ସଲୀମ ଖାନ ମର୍ଣ୍ଣିଂ ୱାକ୍‌ରେ ଯାଇଥିଲେ । ଯେତେବେଳେ ସେ ଏକ ବେଞ୍ଚ଼ରେ ବସିଥିଲେ ସେଠାରେ ପୂର୍ବରୁ ରଖାଯାଇଥିବା ଧମକିଭରା ପତ୍ର ତାଙ୍କୁ ମିଳିଥିଲା । ଏହି ପତ୍ରରେ ସଲମାନ ଖାନ ତଥା ସଲୀମ ଖାନଙ୍କ ଅବସ୍ଥା ଗାୟକ ସିଦ୍ଧୁ ମୁସେୱାଲା ପରି କରିବାର କଥା ଲେଖାଥିଲା ।