ସିରିୟଲ ବ୍ଲାଷ୍ଟର ମାମଲାରେ ଦୋଷୀକୁ ଫାଶିଦଣ୍ଡ
ବାରାଣସୀରେ୧୬ ବର୍ଷ ପୂର୍ବରୁ ହୋଇଥିବା ସିରିୟଲ ବ୍ଲାଷ୍ଟର ମୁଖ୍ୟ ଦୋଷୀ ବଲିଉଲ୍ଲାହକୁ ଗାଜିୟାବାଦ….
ଗାଜିୟାବାଦ : ବାରାଣସୀରେ୧୬ ବର୍ଷ ପୂର୍ବରୁ ହୋଇଥିବା ସିରିୟଲ ବ୍ଲାଷ୍ଟର ମୁଖ୍ୟ ଦୋଷୀ ବଲିଉଲ୍ଲାହକୁ ଗାଜିୟାବାଦ ଜିଲ୍ଲା ଏବଂ ସେସନ୍ସ ନ୍ୟାୟାଳୟ ସୋମବାର ଦିନ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ଉପରେ ୨.୬୫ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି । ଜିଲ୍ଲା ଏବଂ ସେସନ୍ସ ନ୍ୟାୟାଧୀଶ ଜିତେନ୍ଦ୍ର କୁମାର ସିହ୍ନା ମାମଲାର ମୁଖ୍ୟ ଅଭିଯୁକ୍ତ ବଲିଉଲ୍ଲାହକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡର ଫୈସଲା ପାଇଁ ୦୬ ଜୁନ ତାରିଖ ସ୍ଥିର କରିଥିଲେ । ନ୍ୟାୟାଳୟ ମାମଲାକୁ ବିରଳତମ ମାନିଛନ୍ତି ଏବଂ ଦୋଷୀ ଆତଙ୍କୀ ବଲିଉଲ୍ଲାହକୁ ଫାଶୀର ସଜ୍ଜା ଶୁଣାଇ ଏହା ଉପରେ ବିଭିନ୍ନ ଧାରାରେ ମୋଟ ୨.୬୫ ଲକ୍ଷ ଟଙ୍କର ଜରିମାନା ଲଗାଇଛନ୍ତି ।