ଆମେରିକାରେ ପୁଣି ଫୁଟିଲା ଗୁଳି: ୯ ମୃତ୍ୟୁ

ଆମେରିକାରେ ସାଧାରଣ ଲୋକଙ୍କ ଉପରେ ଗୁଳିମାଡ଼ ଘଟଣା ଜାରି ରହିଛି । ଏହିକ୍ରମରେ ଦେଶର ଆଉ ୩…..

ୱାଶିଂଟନ: ଆମେରିକାରେ ସାଧାରଣ ଲୋକଙ୍କ ଉପରେ ଗୁଳିମାଡ଼ ଘଟଣା ଜାରି ରହିଛି । ଏହିକ୍ରମରେ ଦେଶର ଆଉ ୩ଟି ସ୍ଥାନରେ ଗୁଳିମାଡ଼ ହୋଇଛି । ଏଥିରେ ୯ ଜଣଙ୍କ ଜୀବନ ଯାଇଥିବା ବେଳେ ୨୪ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଫିଲାଡେଲଫିଆର ଦୁଇ ଜଣ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ଦୁଇ ଗୋଷ୍ଠୀ ପରସ୍ପରକୁ ନିକଟରେ ଥିବା ବାର ଓ ରେଷ୍ଟୁରାଣ୍ଟ ଭିତରେ ଗୁଳିମାଡ଼ କରିଥିଲେ । ଏଥିରେ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ଦ୍ୱିତୀୟ ଗୁଳିକାଣ୍ଡ ଘଟଣା ଚାଟ୍ଟାନୋଗାରେ ଥିବା ଗୋଟିଏ ବାର ପାଖରେ ଘଟିଛି ।

ଏଠାରେ ଜଣେ ବ୍ୟକ୍ତି ହଠାତ ଗୁଳିମାଡ଼ କରିବାରୁ ୩ ଜଣଙ୍କ ମୃତ୍ୟୁ ହେବା ସହ ୧୪ ଜଣ ଆହତ ହୋଇଛନ୍ତି । ତୃତୀୟ ଘଟଣାଟି ମିଚଗାନର ସାଗିନୱରେ ଗୁଳିମାଡ଼ ହେବାରୁ ୩ ଜଣ ପ୍ରାଣ ହରାଇବା ସହ ୨ ଜଣ ଆହତ ହୋଇଛନ୍ତି । ଲଗାତର ୩ଟି ଗୁଳିକାଣ୍ଡ ଘଟଣା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି ।