ମୁମ୍ବାଇ : ବଲିଉଡର ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିସ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ନିକଟରେ ସେ ଦୁବାଇରେ ଆୟୋଜିତ ହେଉଥିବା ଆଇଫାରେ ପହଞ୍ଚିଥିଲେ । ଯେଉଁଠାରୁ ଅଭିନେତ୍ରୀଙ୍କ ଆକର୍ଷୀୟ ଲୁକ ଗୁଡିକ ଦେଖିବାକୁ ମିଳିଛି । ସେଠାରେ ଇଭେଣ୍ଟ ଦିନ ତାଙ୍କୁ ଏକ ଗୋଲଡେନ ରଙ୍ଗର ଶାଢୀରେ ଦେଖିବାଲୁ ମିଳିଥିଲା । ଫାଗୁନି ସେନ ପିକକ ବ୍ରାଣ୍ଡର ଏକ ସାର ପିନ୍ଧିଥିଲେ । ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା । ଏହାକୁ ତିଆରି କରିବା ପାଇଁ ବହୁମୂଲ୍ୟ ମୋତିକୁ ବ୍ୟବହାର କରାଯାଇଛି । ଜ୍ୟାକଲିନଙ୍କର ଏହି ଲୁକ୍ ସହ ନ୍ୟୁଡ ମେକଓଭର ସହ ଚୁଟିକୁ ବନ କରିଛନ୍ତି । ତାଙ୍କର ଏହି ଲୁକ ଦେଖି ଫ୍ୟାନ୍ସମାନେ ଦିୱାନା ହୋଇଯାଇଛନ୍ତି ।