ମ୍ୟାଚ ପୂର୍ବରୁ ଆହତ ହେଲେ ଟିମ ଇଣ୍ଡିଆର ଷ୍ଟାର ଖେଳାଳି

ଦଳର ଓପନିଂ ବ୍ୟାଟସମ୍ୟାନ ମୟଙ୍କ ଅଗ୍ରୱାଲ ଆହତ ହୋଇଛନ୍ତି…

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ବିପକ୍ଷରେ ଜାରି ରଣଜୀ ଟ୍ରଫିର ତୃତୀୟ କ୍ୱାର୍ଟର ଫାଇନାଲ ମୁକାବିଲାରେ କର୍ଣ୍ଣାଟକ ଦଳକୁ ଲାଗିଛି ଜୋରଦାର ଝଟକା । ଦଳର ଓପନିଂ ବ୍ୟାଟସମ୍ୟାନ ମୟଙ୍କ ଅଗ୍ରୱାଲ ଆହତ ହୋଇଛନ୍ତି । ପଡିଆରେ ତାଙ୍କୁ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି । ମ୍ୟାଚର ୭ମ ଓଭରରେ ଶିବମ ମାଭି ବୋଲିଂ କରୁଥିଲେ । ମାଭିଙ୍କ ଶେଷ ବଲ ସଟ ଥିଲା ଏବଂ ଏହାକୁ ଖେଳିବାରେ ବିଫଳ ହୋଇଥିଲେ ମୟଙ୍କ ଅଗ୍ରୱାଲ । ବଲ ପ୍ରଥମେ ହାତରେ ବାଜି ଛାତି ବାଜିବା ପରେ ସେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ଫିଜିଓ ଆସି ଯନ୍ତ୍ରଣାକୁ ଉପଶମ କରିଥିଲେ ।

ପୁଣି ମୟଙ୍କ ବ୍ୟାଟିଂ ଜାରି ରଖିଥିଲେ । ହେଲେ ସେ ମାତ୍ର ୧୦ ରନ କରି ପାଭିଲିୟନ ଫେରିଥିଲେ । ଆଇପିଏଲରେ ମଧ୍ୟ ଅଗ୍ରୱାଲ ଆହତ ହୋଇଥିଲେ । ମୟଙ୍କଙ୍କ ଏହି ପରି ବାରମ୍ବାର ଆହତ ହେବା ଭାରତୀୟ ଦଳ ପାଇଁ ଶୁଭଙ୍କର ନୁହେଁ । ମୟଙ୍କ ଏବେ ଦଳରୁ ବାହାରେ ଥିଲେ ହେଁ, ତାଙ୍କ ପ୍ରଦର୍ଶନ ଉପରେ ଚୟନକର୍ତ୍ତା ସର୍ବଦା ନଜର ରଖିଥାନ୍ତି ।