ଏଥର ବର୍ଷକୁ ଦୁଇଥର ହେବ ଆଇପିଏଲ!

ସରିଛି ଆଇପିଏଲ-୨୦୨୨ । କିଛି ଦିନ ପରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ସିରିଜ…

ନୂଆଦିଲ୍ଲୀ: ସରିଛି ଆଇପିଏଲ-୨୦୨୨ । କିଛି ଦିନ ପରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ସିରିଜ ଖେଳିବ । ଏହାମଧ୍ୟରେ ଆଇପିଏଲକୁ ନେଇ ଅନେକ ଆଲୋଚନା ଜାରି ରହିଛି । ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ବର୍ଷକୁ ଦୁଇ ଥର ଆଇପିଏଲ ହେବାନେଇ କହିଛନ୍ତି । ଆଗାମୀ ଦିନରେ ଏହା ନିଶ୍ଚୟ ସମ୍ଭବ ହେବ ବୋଲି ସେ କହିଛନ୍ତି । ଆକାଶ ଚୋପ୍ରା ନିଜ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି ଯେ, ଆଇପିଏଲରେ ଗତ କିଛିଦିନ ହେଲା ଅନେକ କିଛି ପରିବର୍ତ୍ତନ ଘଟିଛି । ଯେଉଁଥିରୁ ଆଗାମୀ ଦିନରେ ବର୍ଷକୁ ଦୁଇ ଥର ଆଇପିଏଲ ହୋଇପାରେ ବୋଲି ସଙ୍କେତ ମିଳୁଛି । ତେବେ ହଠାତ ଏହା ହେବନି ।

ଏଥିପାଇଁ ୫ ବର୍ଷ ଲାଗିପାରେ । କିନ୍ତୁ ଏହା ନିଶ୍ଚୟ ହେବ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଏବେ ଆଇପିଏଲରେ ୧୦ଟି ଟିମ ଅଛନ୍ତି । ଫଳରେ ଆପେଆପେ ମ୍ୟାଚ ସଂଖ୍ୟା ବଢିଯିବ । ଯେଉଁଥିରେ ୯୪ ମ୍ୟାଚ୍‌ ଖେଳାଯିବ ସେହିପରି ଆଉ ଏକ ଛୋଟ ଟୁର୍ଣ୍ଣାମେଣ୍ଟ ଖେଳାଯିବ ଯେଉଁଥିରେ କମ ମ୍ୟାଚ ଖେଳାଯିବ ଓ ତାହା ଗୋଟିଏ ମାସରେ ସରିଯିବ ।