ଗତ ୨୪ ଘଣ୍ଟାରେ ଦେଶରେ ଆଉ ୫ହଜାର ୨୩୩ କରୋନା ଆକ୍ରାନ୍ତ ଚିହ୍ନଟ
ଦେଶରେ କରୋନା ସଂକ୍ରମଣ ଜାରି ରହିଥିବାରୁ କିଛି ଆକ୍ରାନ୍ତଙ୍କ ମଧ୍ୟ ମୃତ୍ୟୁ ହେଉଛି…
ନୂଆଦିଲ୍ଲୀ: ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଗତକାଲି ତୁଳନାରେ ଆଜିର ଦେଶରେ ୧୫ଶହ ସଂକ୍ରମିତ ମାମଲା ଅଧିକ ଆସିଛି । ଫଳରେ ଦୈନିକ ପଜିଟିଭିଟି ମାମଲା ୫ହଜାର ଟପିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୫ହଜାର ୨୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ କରୋନାରୁ ଆଉ ୩ହଜାର ୩୪୫ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ସଂକ୍ରମଣ ଜାରି ରହିଥିବାରୁ କିଛି ଆକ୍ରାନ୍ତଙ୍କ ମଧ୍ୟ ମୃତ୍ୟୁ ହେଉଛି । କରୋନା ଯୋଗୁ ଗତ ୨୪ ଘଣ୍ଟାରେ ଆଉ ୭ଜଣଙ୍କ ମୃତ୍ୟୁ ହୋଇଛି ।