ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣିଥରେ ରେପୋ ରେଟ ୦.୫୦ ପ୍ରତିଶତ ବ?ାଇଛି । ଫଳରେ ରେପୋ ରେଟ ୪.୯୦ ପ୍ରତିଶତ ପହଞ୍ଚିଯାଇଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରେସ କନଫ୍ରେନ୍ସରେ ଭାରତର ଏବେର ଆର୍ଥିକ ସ୍ଥିତିର ରିପୋର୍ଟ ଉପସ୍ଥାପନ କରିଛନ୍ତି । ଯୋଗାଣ ଚେନ ପ୍ରଭାବିତ ହେବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଆକାଶ ଛୁଆଁ ଦର ଋଣ ଦର ବଢାଇବାକୁ ବାଧ୍ୟ କରିଛି ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି । ସୂଚନାଯୋଗ୍ୟ ୨୦୨୨ ମେ’ ୪ରେ ଆରବିଆଇ ରେପୋ ରେଟ ୪୦ ଅଙ୍କ ବଢାଇ ୪.୪୦ ପ୍ରତିଶତ କରି ସଭିଙ୍କୁ ଚକିତ କରିଥିଲେ ।