ନୂଆଦିଲ୍ଲୀ: ଦିବଙ୍ଗତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ମାମଲାରେ ପଞ୍ଜାବ ପୁଲିସକୁ ବଡ ସଫଳତା ମିଳିଛି । ଉକ୍ତ ମାମଲାରେ ଯାଞ୍ଚ କରୁଥିବା ଏସଆଇଟି ୮ଜଣଙ୍କୁ ଗିରଫ କରିଛି । ଏମାନଙ୍କ ଉପରେ ସୁଟରକୁ ରେକି ଓ ଲୋଜିଷ୍ଟିକ ଯୋଗାଇଥିବା ଆରୋପ ଲାଗିଛି । ଏମାନଙ୍କ ମଧ୍ୟରୁ ସନ୍ଦୀପ ନାମକ ଜଣେ ଅଭିଯୁକ୍ତ ସୁଟରକୁ ମୁସେୱାଲାଙ୍କ ସମ୍ବନ୍ଧରେ ସମସ୍ତ ସୂଚନା ଦେଇଥିଲା । ସନ୍ଦୀପ ସିଏ ଯିଏକି ମୁସେୱାଲାଙ୍କ ଘର ବାହାରେ ଚା’ ପିଇବା ସହ ତାଙ୍କ ସହ ସେଲ୍ଫି ନେଇଥିଲା । ମୁସେୱାଲା ଘରୁ ବାହାରିବା ନେଇ ସନ୍ଦୀପ ହିଁ ସୁଟରକୁ ସୂଚନା ଦେଇଥିଲା । ଘଟଣାରେ ସାମିଲ ଥିବା ୪ଜଣ ସୁଟରଙ୍କୁ ମଧ୍ୟ ପୁଲିସ ଚିହ୍ନଟ କରିସାରିଛି ।