କ୍ରିକେଟକୁ ଅଲବିଦା କହିଲେ ମିତାଲୀ

ମିତାଲୀ ୧୨ଟି ଟେଷ୍ଟ, ୨୩୨ଟି ଦିନିକିଆ, ଓ ୮୯ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି…

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ମିତାଲୀ ରାଜ କ୍ରିକେଟରୁ ଅବସର ନେଇଛନ୍ତି । ୧୯୯୯ରେ ମହିଳା କ୍ରିକେଟରେ ଡେବ୍ୟୁ କରିଥିବା ମିତାଲୀ ଆନ୍ତର୍ଜାତିକ କ୍ୟାରିୟରକୁ ପୂର୍ଣ୍ଣ ବିରାମ ଲଗାଇଛନ୍ତି । ଏନେଇ ମିତାଲୀ ନିଜେ ଏହି ସୂଚନା ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ମିତାଲୀ ରାଜ ତାଙ୍କ ପ୍ରଥମ ଦିନିକିଆ ମ୍ୟାଚରେ ଶତକ ମାରିଥିଲେ । ୧୯୯୯ରେ ଆୟରଲ୍ୟାଣ୍ଡ ବିରୋଧରେ ନିଜ ଡେବ୍ୟୁ ମ୍ୟାଚରେ ମିତାଲୀ ଅପରାଜିତ ୧୧୪ ରନର ପାଳି ଖେଳିଥିଲେ । ମିତାଲୀ ୧୨ଟି ଟେଷ୍ଟ, ୨୩୨ଟି ଦିନିକିଆ, ଓ ୮୯ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି । ଦିନିକିଆରେ ୭,୮୦୫ ରନ, ଟି-୨୦ରେ ୨,୩୬୪ ରନ୍‌ ଓ ଟେଷ୍ଟରେ ୬୯୯ ରନ କରିବାରେ ସଫଳ ହୋଇଥିଲେ ।