ଦିବଙ୍ଗତ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପରିବାରକୁ ଭେଟିଲେ ରାହୁଲ

ମୁସେୱାଲାଙ୍କ ପିତାଙ୍କୁ ଭେଟି ରାହୁଲ ଦୁଃଖ ପ୍ରକଟ କରିଥିଲେ…

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଞ୍ଜାବସ୍ଥିତ ମାନସା ଜିଲ୍ଲାର ମୁସା ଗାଁରେ ଆଜି ଦିବଙ୍ଗତ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି । ମୁସେୱାଲାଙ୍କ ପିତାଙ୍କୁ ଭେଟି ରାହୁଲ ଦୁଃଖ ପ୍ରକଟ କରିଥିଲେ । ଏନେଇ କଂଗ୍ରେସ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ପ୍ରଦାନ କରାଯାଇଛି । ଏହାପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମୁସେୱାଲାଙ୍କ ପିତାମାତାଙ୍କୁ ଭେଟିଥିଲେ । ଚଣ୍ଡିଗଡରେ ଶାହଙ୍କୁ ଭେଟିବା ସମୟରେ ପୁଅ ହତ୍ୟାର ସିବିଆଇ ଯାଞ୍ଚ ମୁସେୱାଲାଙ୍କ ପିତା ଦାବୀ କରିଥିଲେ ।