୨୪ ଘଣ୍ଟାରେ ଦେଶରେ ୭ହଜାର ୨୪୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଦେଶରେ ୭ ହଜାର ପାର କଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୭ହଜାର ୨୪୦..

ନୂଆଦିଲ୍ଲୀ: ଦେଶରେ ୭ ହଜାର ପାର କଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୭ହଜାର ୨୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ପାଖାପାଖି ୪୦ ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ୪ ମାସ ପରେ ରେକର୍ଡ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଗତକାଲି ଗୋଟିଏ ଦିନରେ ୨୭୦୦ରୁ ଅଧିକ ମାମଲା ଚିହ୍ନଟ ହୋଇଛି । କେବଳ ମୁମ୍ବାଇରେ ୧୭୬୫ ନୂଆ ମାମଲା ରେକର୍ଡ ହୋଇଛି ।

ଗତକାଲି ୯୩ ଦିନ ପରେ ଦେଶରେ ଦୈନିକ ସଂକ୍ରମଣ ମାମଲା ୫ ହଜାର ଉପରେ ରହିଥିଲା । ଦୈନିକ ସଂକ୍ରମଣ ମାମଲା ୪୧ ପ୍ରତିଶତ ବୃଦ୍ଧି ହୋଇଥିଲା । ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଡିଜିସିଏ ପକ୍ଷରୁ ବିମାନ ଯାତ୍ରୀଙ୍କ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ବିମାନ ବନ୍ଦର ଓ ବିମାନରେ ଯାତ୍ରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ମାସ୍କ ନପିନ୍ଧିଥିବା ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ ବୋଲି ନୂଆ ନିର୍ଦ୍ଦେଶାବଳିରେ ସତର୍କ କରାଯାଇଛି ।