ରାସ୍ତା ନିର୍ମାଣରେ ଭାରତର ବିଶ୍ୱ ରେକର୍ଡ

ଗୋଟିଏ ଲେନ ବିଶିଷ୍ଟ ଏହି ରାସ୍ତାର ନିର୍ମାଣ କାମ ୧୦୫ଘଣ୍ଟା ୩୩ ମିନିଟ୍‌ରେ ଶେଷ ହୋଇଛି…

ନୂଆଦିଲ୍ଲୀ : ଦୀର୍ଘତମ ବିଟୁମିନସ୍‌ କଂକ୍ରିଟ୍‌ ରାସ୍ତା ନିର୍ମାଣ କରିବାରେ ଏନଏଚଏଆଇ ଗିନିଜ୍‌ ୱାର୍ଲ୍ଡ ରେକର୍ଡ କରିଛନ୍ତି । ଏନଏଚଏଆଇ ୫୩ ନମ୍ବର ଜାତୀୟ ରାଜପଥର ଅମରାବତୀରୁ ଆକୋଲା ଜିଲା ମଧ୍ୟରେ ୭୫ କିମି ଦୀର୍ଘ ବିଟୁମିନସ୍‌ କଂକ୍ରିଟ୍‌ ରାସ୍ତା ନିର୍ମାଣ କରିଛନ୍ତି । ଗୋଟିଏ ଲେନ ବିଶିଷ୍ଟ ଏହି ରାସ୍ତାର ନିର୍ମାଣ କାମ ୧୦୫ଘଣ୍ଟା ୩୩ ମିନିଟ୍‌ରେ ଶେଷ ହୋଇଛି । ଜୁନ ୩ ତାରିଖ ସକାଳ ୭ଟା ୨୭ ମିନିଟରେ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇ ଜୁନ୍‌ ୭ ତାରିଖ ୫ଟାରେ ଶେଷ ହୋଇଥିଲା । ଏଥିରେ ଏନଏଚଏଆଇର ୮୦୦ କର୍ମଚାରୀ ଓ ୭୨୦ ଶ୍ରମିକ ଲାଗିଥିଲେ । ଏହା ପୂର୍ବରୁ କାତାରା ସର୍ବାଧିକ ୨୭.୨୫ କିମି ବିଟୁମିନସ କଂକ୍ରିଟ୍‌ ରାସ୍ତା ନିର୍ମାଣର ରେକର୍ଡ କରିଥିଲା ।