ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ବିଶ୍ୱ ୨ଟି ଗୋଷ୍ଠୀରେ ବିଭାଜିତ ହୋଇଯାଇଛି । ଏହା ସହିତ ମଧ୍ୟ ଭାରତର ଆଭିମୁଖ୍ୟରେ ବ୍ୟାପକ ପରିବର୍ତ୍ତନ ହୋଇଥିବାର ପରିଲକ୍ଷିତ ହୋଇଛି । ନିକଟରେ ଆମେରିକା ପକ୍ଷରୁ ଭାରତକୁ ଚେତାଇ ଦିଆଯାଇଛି ଯେ ଚୀନ ଏଲଏସି ଠାରେ ଦ୍ରୁତ ଗତିରେ ନିର୍ମାଣ କାର୍ଯ୍ୟ ଚଳାଇଛି । ଏହା ଭାରତ ପାଇଁ ବିପଦର ଗନ୍ତି ସଦୃଶ । ଏ ପ୍ରସଙ୍ଗରେ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଅରିନ୍ଦମ ବାଗଚି କହିଛନ୍ତି ଯେ ଭାରତ ସୀମାଠାରେ ହେଉଥିବା ଗତିବିଧି ଉପରେ ତୀକ୍ଷଣ ନଜର ରଖିଛି । ସେ କହିଛନ୍ତି ଯେ ଭାରତ ନିଜର ସୀମା ଏବଂ ଅଖଣ୍ଡତାର ରକ୍ଷା ଲାଗି ସମସ୍ତ ପ୍ରକାରର ଉଚିତ ପଦକ୍ଷେପ ଉଠାଇବା ଲାଗି ପ୍ରତିବଦ୍ଧ ଅଟେ ।
ସେ କହିଛନ୍ତି ଯେ ଭାରତ ମଧ୍ୟ ସୀମାଠାରେ ଦ୍ରୁତ ଗତିରେ ନିର୍ମାଣ କାର୍ଯ୍ୟ କରୁଛି । ଏହା କେବଳ ସାମରିକ ଦୃଷ୍ଟିକୋଣରୁ ନୁହେଁ ବରଂ ଆର୍ଥିକ ବିକାଶ ଲାଗି ମଧ୍ୟ ଆବଶ୍ୟକ ଅଟେ । ଏହା ପୂର୍ବରୁ ଚୀନ ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସରେ ମଧ୍ୟ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ଉଚ୍ଚ ପ୍ରଶଂସା କରାଯାଇଥିଲା । ଗତ ସପ୍ତାହରେ ମଧ୍ୟ ଚୀନର ଗଣମାଧ୍ୟମରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସେହି ବୟାନକୁ ଉଚ୍ଚ଼ ପ୍ରଶଂସା କରାଯାଇଥିଲା । ଯେଉଁଥିରେ ସେ କହିଥିଲେ ଯେ ୟୁରୋପର ସମସ୍ୟା ସମଗ୍ର ବିଶ୍ୱର ସମସ୍ୟା ନୁହେଁ ।