ଖୁବଶୀଘ୍ର ପଶୁଙ୍କୁ ଦିଆଯିବ କରୋନା ଟିକା!
ପଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଦେଶର ପ୍ରଥମ କୋଭିଡ୍ ଟିକା ଆନକୋଭାକ୍ସକୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଲଞ୍ଚ କରିଛନ୍ତି…
ନୂଆଦିଲ୍ଲୀ : ଦେଶରେ ପୁଣିଥରେ କୋଭିଡ ସଂକ୍ରମଣ କାୟା ବିସ୍ତାର ଆରମ୍ଭ କଲାଣି । ପୂର୍ବରୁ ଓମିକ୍ରନ ଦ୍ୱାରା ମଧ୍ୟ କେତେକ ପଶୁ ଆକ୍ରାନ୍ତ ହୋଇଥିବାର ରିପୋର୍ଟ ମିଳିବା ପରେ କେନ୍ଦ୍ର ସରକାର ଏ ଦିଗରେ ପଦକ୍ଷେପ ନେବାକୁ ଯାଉଛନ୍ତି । ସେହି କାରଣରୁ ମଣିଷମାନଙ୍କ କୋଭିଡ ଟିକା ପରେ ଏବେ ପଶୁମାନଙ୍କ କୋଭିଡ ଟିକା ଉପଲବ୍ଧ ହେଉଛି । ଗତ ଗୁରୁବାରଦିନ ପଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଦେଶର ପ୍ରଥମ କୋଭିଡ୍ ଟିକା ଆନକୋଭାକ୍ସକୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଲଞ୍ଚ କରିଛନ୍ତି । ଏହି ଟିକା ପଶୁମାନଙ୍କୁ ଆକ୍ରାନ୍ତ କରୁଥିବା ଉଭୟ ଡେଲଟା ଓ ଓମିକ୍ରନ ଭାରିଆଣ୍ଟକୁ ଲୋପ କରିବାକୁ ସକ୍ଷମ । ଏହା କୁକୁର, ସିଂହ, ଚିତା, ଠେକୁଆ, ମୂଷା ଆଦି ପଶୁମାନଙ୍କ ପାଇଁ ସୁରକ୍ଷିତ ବୋଲି ଆଇସିଏଆର ପକ୍ଷରୁ କୁହାଯାଇଛି ।