ଖଜୁରୀ କୋଳିର ଔଷଧୀୟ ଗୁଣ ଜାଣନ୍ତୁ…

ଖଜୁରୀକୁ କ୍ଷୀର ସହିତ ଖାଇଲେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଲାଭ ମିଳିଥାଏ…

ବିଭିନ୍ନ ପ୍ରକାରର ପୌଷ୍ଟିକ ତତ୍ତ୍ୱ ରହିବା ସହିତ କେମିକାଲ ନ ଥିବାରୁ ଏଗୁଡ଼ିକୁ ଖାଇବା ପାଇଁ ସ୍ୱାସ୍ଥ୍ୟ ଭଲ ରହେ । ଆଲମଣ୍ଡ, ଅଖରୋଟ, ଚିନାବାଦାମ ଓ ଖିସମିସ ପରି ଗୋଟିଏ ଡ୍ରାଏ ଫ୍ରୁଟସ ହେଉଛି ଖଜୁରୀ। ଖଜୁରୀକୁ କ୍ଷୀର ସହିତ ଖାଇଲେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଲାଭ ମିଳିଥାଏ।

ଶରୀରରେ ବ୍ଲଡ ସୁଗାରର ମାତ୍ରା ବଢ଼ିଲେ ଡାଇବେଟିସ ହେବାର ଆଶଙ୍କା ରହିଥାଏ। ଏଥିପାଇଁ ଡାଇବେଟିସ ରୋଗୀଙ୍କୁ ସପ୍ତାହକୁ ଦୁଇରୁ ତିନିଥର ଖଜୁରୀ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଡାଇବେଟିସ ନିୟନ୍ତ୍ରଣରେ ରହିଥାଏ। ଖଜୁରୀରେ ଥିବା ଆଣ୍ଟି-ଆକ୍ସିଡାଣ୍ଟ ତ୍ୱଚାକୁ ଚମକାଇଥାଏ। ଖଜୁରୀରେ ଥିବା ଆଣ୍ଟି-ଆକ୍ସିଡାଣ୍ଟ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିଥାଏ।

ଏଥିରେ ପ୍ରଚୁର ମାତ୍ରାରେ ଫାଇବର ଥିବାରୁ ପାଚନ କ୍ରିୟା ଠିକ ରହିବା ସହିତ ପେଟଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ। ତେଣୁ ଉପଯୁକ୍ତ ଫାଇବର ପାଇଁ ଖଜୁରୀ ଖାଆନ୍ତୁ।

ଖଜୁରୀରେ କେରୋଟୋନାଇଡ ଓ ଫିନୋଲିକ ଏସିଡ ରହିଛି।ଏହି ଏସିଡ ଆପଣଙ୍କ ଶରୀରରେ ହାର୍ଟ ସମସ୍ୟାକୁ ଭଲ କରିଥାଏ।
ଖଜୁରୀ ଖାଇଲେ ମସ୍ତିଷ୍କର ଟିସୁ ଠିକ ଭାବରେ କାର୍ଯ୍ୟ କରିଥାଏ। ତେଣୁ ଆପଣଙ୍କ ମେମୋରୀ ପାୱାର ବୃଦ୍ଧି ହୋଇଥାଏ।