ମାଟି କପରେ ଚା’ ପିଇବା ଦ୍ୱାରା,ଏହି ସବୁ ଫାଇଦା ମିଳିଥାଏ
ମାଟି କପରେ ଗରମ ଚା’ ପଡିବା କ୍ଷଣି ମାଟିର ସୁନ୍ଦର ବାସ୍ନା ବାହାରିଥାଏ…
ଅଧିକାଂଶ ଲୋକଙ୍କ ଚା’ରୁ ଆରମ୍ଭ ହୋଇଥାଏ ନୂଆ ସକାଳ। ଅଫିସ ବା କୌଣସି କାମରୁ ଥକି ଯାଇଥିବା କଛି ଲୋକଙ୍କ ପାଇଁ ଚା’ ଏନର୍ଜି ଡ୍ରିଙ୍କ ଭଳି କାମ କରେ ତ ଆଉ କାହାର ପାଟିର ସ୍ୱାଦ ବଦଳାଇ ଦିଏ । ଯଦି ଏହି ଚା’ ମାଟି କପରେ ଥାଏ ତେବେ ତା’ର ମଜା ଟିକେ ନିଆରା । କାଚ, ସେରାମିକ, ମେଟାଲ ବା ଡିସ୍ପୋଜାଲ କପ୍ ବଦଳରେ ଅନେକ ଲୋକେ ମାଟି କପରେ ଚା’ ପିଇବାକୁ ପସନ୍ଦ କରିଥାନ୍ତି । ଏହି ଇକୋଫ୍ରେଣ୍ଡଲି ମାଟି କପରେ ଚା’ ପିଇବା ଦ୍ୱାରା ସ୍ୱାଦ ବଢ଼ିବା ସହ ଏହାର ଅନେକ ଫାଇଦା ମଧ୍ୟ ରହିଛି।
ମାଟି କପରେ ଗରମ ଚା’ ପଡିବା କ୍ଷଣି ମାଟିର ସୁନ୍ଦର ବାସ୍ନା ବାହାରିଥାଏ। ଏହି ବାସ୍ନା ମନକୁ ବେଶ ଆନନ୍ଦିତ କରିଦେଇଥାଏ। ଅବସାଦରେ ଥିବା ଲୋକଙ୍କ ମନ ପ୍ରଫୁଲ୍ଲିତ ହୋଇଯାଏ । ମାଟି କପ୍ ପୁରାପୁରି ହାଇଜେନିକ ହୋଇଥାଏ।
ଏଥିରେ ଜୀବାଣୁ ବ୍ୟାପିବା ସମ୍ଭବାନ ବହୁ କମ। କାଚ ଗ୍ଲାସ ଅପେକ୍ଷା ମାଟି କପରେ ଚା’ ପିଇବା ସ୍ୱାସ୍ଥ୍ୟ ପାଇଁ ହିତକର। ମାଟି କପ ବଭିନ୍ନ ସଂକ୍ରମଣରୁ ମଧ୍ୟ ଦୂରେଇ ରଖିଥାଏ। ମାଟି ପାତ୍ରରେ ଯେଉଁ ସୁକ୍ଷ୍ମ ତତ୍ତ୍ୱ ରହିଥାଏ, ତାହା ଆମ ଶରୀରର ହାଡ ପାଇଁ ଲାଭଦାୟକ
।
ମାଟିରେ କ୍ୟାଲସିଅମ ଭରପୁର ମାତ୍ରାରେ ରହିଥାଏ। ତେଣୁ ଏଥିରେ ଚା’ ପିଇବା ଦ୍ୱାରା ଆମ ଶରୀରକୁ କିଛି ନା କିଛି ମାତ୍ରାରେ କ୍ୟାଲସିଅମ ମିଳିଥାଏ, ଯାହାଦ୍ୱାରା ଆମ ହାଡ ମଜଭୁତ ହୁଏ।