ଖାଉଟିଙ୍କୁ ଆଶ୍ୱସ୍ତି : ହ୍ରାସ ହେଲା ଖାଇବା ତେଲ ଦର

ସୋୟାବିନ ତେଲ ମୂଲ୍ୟ ଲିଟର ପିଛା ୫ ଟଙ୍କା ହ୍ରାସ ପାଇଛି…

ନୂଆଦିଲ୍ଲୀ : ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ନେଇ ହନ୍ତସନ୍ତ ହେଉଥିବା ଖାଉଟିଙ୍କ ପାଇଁ ଖୁସି ଖବର । ଦେଶରେ ବିଭିନ୍ନ ପ୍ରକାରର ଖାଇବା ତେଲର ଦର ହ୍ରାସ ପାଇଛି । ଏସବୁ ତେଲ ମଧ୍ୟରେ ରହିଛି ପାମ ଅଏଲ, ସୋୟାବିନ ଅଏଲ ଓ ସୂର୍ଯ୍ୟମୂଖି ତେଲ । ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲର ଦର ହ୍ରାସ ଯୋଗୁଁ ଭାରତରେ ଦର କମିଥିବା କୁହାଯାଉଛି । ସୂର୍ଯ୍ୟମୁଖୀ ତେଲ ଲିଟର ପିଛା ୧୦ରୁ ୧୫ ଟଙ୍କା ହ୍ରାସ ପାଇଥିବାବେଳେ ପାମ ଅଏଲ ଲିଟର ପିଛା ୭ରୁ ୮ ଟଙ୍କା ହ୍ରାସ ପାଇଛି । ସୋୟାବିନ ତେଲ ମୂଲ୍ୟ ଲିଟର ପିଛା ୫ ଟଙ୍କା ହ୍ରାସ ପାଇଛି ବୋଲି ଭାରତୀୟ ବନସ୍ପତି ତେଲ ଉତ୍ପାଦକ ସଂଘର ସଭାପତି ସୁଧାକର ରାଓ ଦେଶାଇ କହିଛନ୍ତି ।