ପୁଣି ବେବି ବମ୍ପ ସହ ନଜର ଆସିଲେ ସୋନମ

ଯାହାର କିଛି ଫଟୋ ସୋନମ ସୋସିଆଲ ମିଡିଆରେ ଶେୟାର କରିଛନ୍ତି…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନମ କପୁର ଖୁବଶୀଘ୍ର ମା ହେବାକୁ ଯାଉଛନ୍ତି । ସୋନମ ନିଜ ପ୍ରେଗନେନସୀକୁ ଉପଭୋଗ କରୁଛନ୍ତି । ସେ ତାଙ୍କର ମ୍ୟାଟରନିଟି ଫଟୋସୁଟକୁ ନେଇ ମଧ୍ୟ ଖୁବ ଚର୍ଚ୍ଚାରେ ଅଛନ୍ତି । ଯେଉଁଥିରେ ସେ ନିଜର ବେବି ବମ୍ପ ସହ ଫଟୋ ଉଠାଉଥିବାର ନଜର ଆସିଛନ୍ତି । ଏବେ ସୋନମ ଭଉଣୀ ରିୟା କପୂରଙ୍କ ସହ ଲଣ୍ଡନରେ ସମୟ ବିତାଉଛନ୍ତି । ଯାହାର କିଛି ଫଟୋ ସୋନମ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏହି ଫଟୋରେ ମଧ୍ୟ ସୋନମ ନିଜର ବେବି ବମ୍ପ ଦେଖାଇଛନ୍ତି । ତେବେ ସୋନମଙ୍କ ଲକକୁ ଫ୍ୟାନ୍ସ ପସନ୍ଦ କରୁଥିବାବେଳେ ଅନେକ ଏନେଇ ତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ସୋନମ ନିଜ ବେବି ବମ୍ପ ସହ ଫଟୋ ଶେୟାର କରିଛନ୍ତି ।