ମହଙ୍ଗା ହେବ ବିମାନ ଯାତ୍ରା!
ଯାହା ଫଳରେ ପୂର୍ବରୁ ନିର୍ଦ୍ଧାରିତ ଥିବା ଭଡ଼ାରେ ବିମାନ ସେବା ଯୋଗେଇବା କାଠକର ପାଠ ହୋଇଛି…
ନୂଆଦିଲ୍ଲୀ: ଆହୁରି ମହଙ୍ଗା ହେବ ବିମାନ ଯାତ୍ରା । ବିମାନ କମ୍ପାନୀ ସ୍ପାଇସଜେଟ୍ ପକ୍ଷରୁ ୧୦ରୁ ୧୫ ପ୍ରତିଶତ ବିମାନ ଭଡ଼ା ବୃଦ୍ଧି ପାଇଁ ବିଚାର କରୁଛି । ଫ୍ୟୁଏଲ ପ୍ରାଇସ ବୃଦ୍ଧି କରାଯାଇଥିବାରୁ ବିମାନ ଟିକେଟ ମୂଲ୍ୟ ବୃଦ୍ଧି ଜରୁରୀ ଥିବା କୁହାଯାଇଛି । ଆମେରିକା ଡଲାର ତୁଳନାରେ ଭାରତୀୟ ଟଙ୍କା ଲଗାତାର ଦୁର୍ବଳ ହେଉଛି । ଏହାର ପ୍ରଭାବ ବିମାନ ଏୟାରଲାନ୍ସ ଉପରେ ପକାଇଛି । ଯେହେତୁ ଡଲାରର ମୂଲ୍ୟ ବୃଦ୍ଧି ହେଉଛି ତେଣୁ ଫ୍ୟୁଏଲ ପ୍ରାଇସ ମଧ୍ୟ ବୃଦ୍ଧି ପାଉଛି । ତେଣୁ ବିମାନ ଭଡ଼ା ବୃଦ୍ଧି ଜରୁରୀ ହୋଇପଡ଼ିଥିବା ସେ କହିଛନ୍ତି । ୨୦୨୧ ଜୁନଠାରୁ ୧୨ ପ୍ରତିଶତ ଆଭିଏସନ୍ କ୍ଷେତ୍ରରେ ଫ୍ୟୁଏଲ ପ୍ରାଇସ ୧୨୦ ପ୍ରତିଶତ ବୃଦ୍ଧି ପାଇଛି । ଯାହା ଫଳରେ ପୂର୍ବରୁ ନିର୍ଦ୍ଧାରିତ ଥିବା ଭଡ଼ାରେ ବିମାନ ସେବା ଯୋଗେଇବା କାଠକର ପାଠ ହୋଇଛି ।