ମୁମ୍ବାଇ : ବଲିଉଡର ଫିଲ୍ମ ନିର୍ମାତା କରଣ ଜୋହରଙ୍କୁ ପୁଲିସ ତାଙ୍କୁ ନୋଟିସ ଜାରି କରିଛି । କପିରାଇଟ ଆଇନର ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ବିଶାଲ ସିଂହ ନାମକ ଜଣେ ବ୍ୟକ୍ତି ନିର୍ମାତା କରଣ ଜୋହର ଓ ତାଙ୍କ ପ୍ରଡକ୍ସନ କମ୍ପାନୀ ବିରୋଧରେ ମାମଲା ରୁଜୁ କରିଛନ୍ତି । ରାଞ୍ଚିର ସିଭିଲ କୋର୍ଟର କମର୍ସିଆଲ କୋର୍ଟରେ ଏହି ମାମଲା ରୁଜୁ ହୋଇଛି । କୋର୍ଟ ଏହି ଆବେଦନକୁ ଗ୍ରହଣ କରି ତୁରନ୍ତି ନୋଟିସ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୧୮ର ହେବ । ଅଭିଯୋଗ ମୁତାବକ, କରଣଙ୍କ ଅପକମିଂ ଫିଲ୍ମ ‘ଜୁଗ ଜୁଗ ଜିଓ’ର କାହାଣୀ ତାଙ୍କର ‘ବନ୍ନି ରାନୀ’ର କାହାଣୀରୁ ଚୋରି ହୋଇଛି ।
ଏହି ଜିଓ’ ଫିଲ୍ମ ଆସନ୍ତା ୨୪ରେ ରିଲିଜ ହେବାକୁ ଯାଉଥିବାରୁ ଆବେଦନକାରୀଙ୍କୁ ତୁରନ୍ତ ନ୍ୟାୟ ଆବଶ୍ୟକତା ରହିଛି । ତେଣୁ ଅଭିଯୋଗକାରୀଙ୍କ ସମ୍ମତି କିମ୍ବା ଅନୁମତି ବିନା ଧର୍ମ ପ୍ରଡକ୍ସନ୍ସ ‘ବନ୍ନି ରାନୀ’ର କାହାଣୀକୁ ଚୋରି କରି କପି କରିଥିବା ନେଇ ମାମଲା ରୁଜୁ କରିଛନ୍ତି ।