କୋହଲି ଏକାଗ୍ରତା ଆଉ ନାହିଁ: ଆଫ୍ରିଦ

ନୂଆଦିଲ୍ଲୀ : ବିରାଟ କୋହଲିଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ସାହିଦ ଆଫ୍ରିଦି । ଆଫ୍ରିଦି କହିଛନ୍ତି ଯେ, କୋହଲି ପୂର୍ବରୁ ଯେଉଁଭଳି ଏକାଗ୍ରତାର ସହ ଖେଳୁଥିଲେ ଏବେ କଣ ସେହିଭଳି ଏକାଗ୍ରତା ଆଉ ନାହିଁ । ଏବେ ସେ ଏକାଗ୍ରତା କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ପୁଣି କୋହଲି ବିଶ୍ୱର ଏକ ନମ୍ବର ବ୍ୟାଟରହେବାକୁ ଚାହୁଁଛନ୍ତି କି ନା ଯାହା କିଛି ହାସଲ କରିଛନ୍ତି ସେତିକିରେ ଖୁସି ଅଛନ୍ତି ବୋଲି ଆଫ୍ରିଦି ପଚାରିଛନ୍ତି । ଯାହାକି ମୁଁ ପୂର୍ବରୁ ଅନେକ ଥର କହିସାରିଛି କୋହଲିଙ୍କ ଆଟିଚ୍ୟୁଡ ଅଛି କି କ୍ୟାରିୟର ଆରମ୍ଭରୁ ସେ ଏକ ନମ୍ବର ବ୍ୟାଟର ହେବାକୁ ଚାହୁଁଥିଲେ । କିନ୍ତୁ ଏବେ ସେ ସେହି ମନୋଭାବ ନେଇ କ୍ରିକେଟ ଖେଳୁଥିବା ମନେ ହେଉଛି କି ଯାହାକି ସବୁଠାରୁ ବଡ ପ୍ରଶ୍ନ । କୋହଲିଙ୍କ ଭିତରେ ସେଭଳି ପ୍ରତିଭା ଏବଂ ଦକ୍ଷତା ରହିଛି । କିନ୍ତୁ ସେ କାହିଁକି ଖେଳରେ ଏକାଗ୍ରତା ରଖିପାରୁ ନାହାନ୍ତି ତାହା ହିଁ ଚିନ୍ତାର ବିଷୟ ।