ବନ୍ୟାରେ ଉବୁଟୁବୁ ଆସାମ

ବନ୍ୟା ପ୍ରଭାବିତ ଜିଲ୍ଲାର ଚାଷ ଜମିରେ ପାଣି ମାଡି ଯାଇଛି….

ଗୌହାଟୀ : ବନ୍ୟାରେ ଉବୁଟୁବୁ ଆସାମ । ପ୍ରବଳ ବର୍ଷା ଯୋଗୁଁ ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେଉଛି । ଯେଉଁଥିରେ ଅନେକ ଲୋକ ମୃତ୍ୟୁ ଘଟିଛି । ଏ ପର୍ଯ୍ୟନ୍ତ ବନ୍ୟାରେ ୫୪ ଜଣ ପ୍ରାଣ ହରାଇଲେଣି । ଆସାମରେ ୩ରୁ ୪ ଦିନ ହେଲା ବର୍ଷା ଲାଗି ରହିଛି । ଏଥିରେ ପ୍ରାୟ ୧୮ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଏବେସୁଦ୍ଧା ୫୪ ଜଣ ଜୀବନ ହରାଇଛନ୍ତି । ବର୍ତ୍ତମାନ ୨,୯୩୦ ଗାଁ ପାଣି ଭିତରେ ବୁଡି ରହିଛି । ବନ୍ୟା ପ୍ରଭାବିତ ଜିଲ୍ଲାର ଚାଷ ଜମିରେ ପାଣି ମାଡି ଯାଇଛି ।

ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ନଦୀର ଜଳସ୍ତର ବିପଦ ସଙ୍କ?ତ ଉପରେ ପ୍ରବାହିତ ହେଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପାଖାପାଖି ୧,୦୮,୧୦୪ ବନ୍ୟା ବିପନ୍ନଙ୍କୁ ୩୭୩ ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଛି । ରାଜ୍ୟର କାମରୂପ ଜିଲ୍ଲା ସ୍ଥିତି ବିଗିଡିବାରେ ଲାଗିଛି । ସେହିପରି ବିଭିନ୍ନ ଜିଲ୍ଲାରେ ରିଲିଫ୍‌ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।