ଅଗ୍ନିପଥକୁ ବିରୋଧ: ୨୦୦ ଟ୍ରେନ ପ୍ରଭାବିତ, ୩୫ ବାତିଲ
ଏହାବ୍ୟତୀତ ୧୩ଟି ଟ୍ରେନକୁ ଟର୍ମିନେଟ କରାଯାଇଥିବା ରେଲୱେ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି…
ନୂଆଦିଲ୍ଲୀ : ଭାରତୀୟ ସେନାରେ ଭର୍ତ୍ତି ହେବା ଲାଗି କେନ୍ଦ୍ର ସରକାରଙ୍କ ନୂଆ ଅଗ୍ନିପଥ ଯୋଜନା ବିରୋଧରେ ଗତ ୩ ଦିନ ଧରି ଜାରି ରହିଛି ବିକ୍ଷୋଭ । ଅଗ୍ନିପଥର ନିଆଁ ଅନେକ ରାଜ୍ୟକୁ ବ୍ୟାପିବାରେ ଲାଗିଛି । ବିକ୍ଷୋଭକାରୀ ଉଗ୍ରରୂପ ପ୍ରଦର୍ଶନ କରିବା ପରେ ଟ୍ରେନ ସେବା ଗଭୀର ଭାବରେ ପ୍ରଭାବିତ ହୋଇଛି । ଏଯାବତ ୨୦୦ ଟ୍ରେନ ପ୍ରଭାବିତ ହୋଇଥିବା ବେଳେ ୩୫ଟି ଟ୍ରେନ ବାତିଲ ହୋଇଛି । ଏହାବ୍ୟତୀତ ୧୩ଟି ଟ୍ରେନକୁ ଟର୍ମିନେଟ କରାଯାଇଥିବା ରେଲୱେ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ତେଲେଙ୍ଗାନା ଓ ଓଡ଼ିଶା ସମେତ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଅଗ୍ନିପଥ ନିଆଁ ବ୍ୟାପିବାରେ ଲାଗିଛି । ବିକ୍ଷୋଭ କାରୀମାନେ ଟ୍ରେନକୁ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଦେବା ପରେ ରେଳ ବିଭାଗର ଅନେକ କ୍ଷତିଗ୍ରସ୍ତ ହୋଇଛି ।