ମୌସୁମୀ ଆଣିଲା ଗୁଳୁଗୁଳିରୁ ଆଶ୍ୱସ୍ତି

ସାରା ରାଜ୍ୟରେ ପାଗ କୋହଲା ରହିଛି…

ଭୁବନେଶ୍ୱର : ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ୱସ୍ତି । ସାରା ରାଜ୍ୟରେ ପାଗ କୋହଲା ରହିଛି । ପୂର୍ବରୁ ଉପକୂଳ ଓଡ଼ିଶାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଥିଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶଙ୍କ କହିବା ଅନୁସାରେ ଦକ୍ଷିଣ ଓଡ଼ିଶାରେ ମୌସୁମୀ ଅଗ୍ରସର ହୋଇଥିଲା । ଏହାର ପ୍ରଭାବରେ ପ୍ରବଳ ବର୍ଷା ହୋଇଥିଲା । କୋରାପୁଟରେ ୭୬ ମିଲିମିଟର, କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ୬୫.୪ ମିଲିମିଟର ବର୍ଷା ହୋଇଛି । ସେହିପରି ନବରଙ୍ଗପୁର ଓ ଫୁଲବାଣୀ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇଛି । ୪୦ ମିଲିମିଟର ବା ତା’ଠାରୁ ଅଧିକ ବର୍ଷା ହୋଇଛି ବୋଲି ଶ୍ରୀ ଦାଶ କହିଛନ୍ତି ।