ୟକ୍ରେନ ନାଗରିକଙ୍କୁ ପାସପୋର୍ଟ ଦେଉଛି ରୁଷ!
ଫଳରେ ରୁଷ ସୈନ୍ୟ ଏହାର ମୁକାବିଲା କରିବା ସହିତ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଉଦ୍ୟମ ଚଳାଇଛନ୍ତି…
ନୂଆଦିଲ୍ଲୀ: ୟକ୍ରେନ ଦଖଲ ଅଭିଯାନରେ ଆକ୍ରମଣ ଜାରି ରଖିଥିବା ରୁଷ ୟକ୍ରେନ ନାଗରିକଙ୍କୁ ପାସପୋର୍ଟ ଦେବା ଆରମ୍ଭ କରିଛି ରୁଷ । ରୁଷ ନିଜ ଅଧୀନକୁ ନେଇଥିବା ଅଞ୍ଚଳରେ ସ୍ଥାନୀୟ ଜନସାଧାରଣଙ୍କୁ ରୁଷୀୟ ପାସପୋର୍ଟ ଯୋଗାଣ ଆରମ୍ଭ ହୋଇଛି । ୟକ୍ରେନ ଦକ୍ଷିଣ ଭାଗରେ ରୁଷ ସୈନ୍ୟଙ୍କ ଦଖଲରେ ଥିବା ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧିପାଇଛି । ଫଳରେ ରୁଷ ସୈନ୍ୟ ଏହାର ମୁକାବିଲା କରିବା ସହିତ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଉଦ୍ୟମ ଚଳାଇଛନ୍ତି । ଦକ୍ଷିଣ ଭାଗରେ ମସ୍କୋ ତାର ପୂର୍ଣ୍ଣ ଆଧିପତ୍ୟ ଜାହିର କରିବା ଲକ୍ଷ୍ୟରେ ସେଠାକାର ଜନସାଧାରଣଙ୍କୁ ନିଜ ଦେଶର ପାସପୋର୍ଟ ପ୍ରଦାନ କରିବା ଆରମ୍ଭ କରିଥିବା ଜଣାପଡିଛି ।