ରାଜସ୍ଥାନରେ ତେଲ ସଂକଟ! ମିଳୁନି ପେଟ୍ରୋଲ

ରାଜସ୍ଥାନର ଘରୋଇ ପେଟ୍ରୋଲ ପମ୍ପ ଗୁଡିକରେ ଏଭଳି ସଂକଟ ଦେଖାଯାଇଛି…

ଜୟପୁର : ରାଜସ୍ଥାନରେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ସଂକଟ ଦେଖାଯାଇଛି । ତେଲ ଆମଦାନୀ କମ ହେବାରୁ ପେଟ୍ରୋଲ ପମ୍ପରେ କାମ କମ ରହୁଥିବା ଖବର ଜାତୀୟ ଗଣମାଧ୍ୟମରୁ ଜଣାପଡିଛି । ଅନେକ ପେଟ୍ରୋଲ ପମ୍ପରେ ତେଲ ମିଳୁ ନାହିଁ । ସେହିପରି ଯେଉଁଠି ପେଟ୍ରୋଲ ପମ୍ପ ରହିଛି, ସେଠାରେ ଲମ୍ବା ଲାଇନ ଲାଗୁଛି । ରାଜସ୍ଥାନର ଘରୋଇ ପେଟ୍ରୋଲ ପମ୍ପ ଗୁଡିକରେ ଏଭଳି ସଂକଟ ଦେଖାଯାଇଛି । ତେବେ ପେଟ୍ରୋଲ-ଡିଜେଲ ସଂକଟ କାରଣରୁ ଲୋକେ ସେମାନଙ୍କର ଗାଡିରେ ତେଲ ପୂରା କରୁଛନ୍ତି । ରିପୋର୍ଟ ଅନୁସାରେ ୭୦୦ରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ଥିଲା । ରାଜ୍ୟରେ ପେଟ୍ରୋଲ-ଡିଜେଲ ଯୋଗାଣରେ ଅସୁବିଧା ହେଉଛି । ପେଟ୍ରୋଲ ପମ୍ପଗୁଡିକରେ ଗ୍ରାହକଙ୍କର ଲମ୍ବା ଲାଇନ ରହୁଛି ।