ରାଷ୍ଟ୍ରପତି ନିର୍ବାଚନ: ପାୱାର ଡାକିଲେ ବିରୋଧୀ ଦଳ ବୈଠକ

ତୃଣମୂଳ କଂଗ୍ରେସ ପାର୍ଟି ସୁପ୍ରିମୋ ବାନାର୍ଜୀ ୨୨ଟି ଦଳକୁ ଆମନ୍ତ୍ରଣ କରିଥିଲେ….

ମୁମ୍ବାଇ : ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ଲାଗି ବିରୋଧୀ ଦଳମାନଙ୍କର ଏକ ବଡ଼ ବୈଠକ ହେବାକୁ ଯାଉଛି । ଏନସିପିର ଅଧ୍ୟକ୍ଷ ଶରଦ ପାୱାର ଜୁନ ୨୧ ତାରିଖରେ ବୈଠକ ଡକାଇଛନ୍ତି । ଏହି ବୈଠକରେ ବିରୋଧୀ ଦଳ ଯୋଗ ଦେବାର ସମ୍ଭାବନା ରହିଛି । ବିଶେଷ ପ୍ରସଙ୍ଗ ଏହିକିଯେ ପାୱାରଙ୍କ ନାମ ବିରୋଧୀ ଦଳର ସଂଯୁକ୍ତ ପ୍ରାର୍ଥୀ ଭାବରେ ଚାଲିଥିଲା । କିନ୍ତୁ ସେ ନିଜେ ସମସ୍ତ ଅଟକଳ ଉପରେ ବିରାମ ଲଗାଇଥିଲେ । ତୃଣମୂଳ କଂଗ୍ରେସ ପାର୍ଟି ସୁପ୍ରିମୋ ବାନାର୍ଜୀ ୨୨ଟି ଦଳକୁ ଆମନ୍ତ୍ରଣ କରିଥିଲେ । ଏହି ବୈଠକରେ କଂଗ୍ରେସ ସମାଜବାଦୀ ପାର୍ଟି ଏନସିପି, ଡିଏମକେ, ଆରଜେଡ଼ି, ବାମପନ୍ଥୀଦଳ ଯୋଗ ଦେଇଥିଲାବେଳେ ଆପ ପାର୍ଟି, ଟିଆରଏସ, ଶିରୋମଣି ଅକାଳି ଦଳ ଏବଂ ବିଜୁ ଜନତା ଦଳ ଏଥିରେ ଅଂଶଗ୍ରହଣ କରିନଥିଲେ ।