୨୩ରେ ଇଡ଼ିରେ ହାଜର ହେବେ ସୋନିଆ

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏବଂ ସେ ଠିକ…

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏବଂ ସେ ଠିକ ରହିଛନ୍ତି ବୋଲି ଗଙ୍ଗାରାମ ହସ୍ପିଟାଲ ସୂତ୍ରରୁ ପ୍ରକାଶ ପାଇଛି । ସୋନିଆ ଗାନ୍ଧୀ ଜୁନ ୨ ତାରିଖରେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ । ତାଙ୍କୁ କରୋନା ପରର ଜଟିଳତା କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପାର୍ଟି ମହାସଚିବ ଜୟରାମ ରମେଶ କହିଥିଲେ ଯେ ଫଙ୍ଗଲ ଇନଫେକସନ କାରଣରୁ ସେ ଅସୁସ୍ଥ ହୋଇପଡ଼ିଥିଲେ । ଅନ୍ୟପକ୍ଷରେ ଇଡ଼ି ପକ୍ଷରୁ ନ୍ୟାସନାଲ ହେରାଲ୍ଡ ସହ ସମ୍ବନ୍ଧିତ କଥିତ ଆର୍ଥିକ ହେର୍‌ଫେର ମାମଲାରେ ସୋନିଆଙ୍କୁ ସମନ ଜାରି କରି ଜୁନ ୨୩ ତାରିଖକୁ ଜେରା ପାଇଁ ହାଜର ହେବାକୁ କୁହାଯାଇଛି । ଏହା ପୂର୍ବରୁ ସୋନିଆ ଗାନ୍ଧୀ ଜୁନ ୮ ତାରିଖରେ କରୋନା ଭାଇରସ ସଂକ୍ରମିତ ହୋଇଥିବାରୁ ତାରିଖ ବଦଳାଇବା ପାଇଁ କହିଥିଲେ ।