ମୁମ୍ବାଇ: ସାଉଥ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ଅଡ଼ୁଆ ବଢ଼ିଛି । ସେ କଶ୍ମୀର ପଣ୍ଡିତଙ୍କ ଗଣହତ୍ୟା ଓ ଗୋ ରକ୍ଷା ନାଁରେ ଚାଲିଥିବା ଭିଡ଼ ହିଂସାକୁ ସମାନ ବୋଲି କହିବାରୁ ଏହାକୁ କିଛି ଲୋକ ବିରୋଧ କରିଛନ୍ତି । ଏଥିସହ ତାଙ୍କ ବୟାନକୁ ବିରୋଧ କରି ଆଜି ବଜରଙ୍ଗ ଦଳ ପୁଲିସର ଦ୍ୱାରସ୍ଥ ହୋଇଛି । ହାଇଦ୍ରାବାଦର ସୁଲତାନ ବଜାର ପୁଲିସ ଷ୍ଟେସନରେ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ପହଞ୍ଚି ପଲ୍ଲବୀଙ୍କ ନାଁରେ ଏତଲା ଦେଇଛନ୍ତି । ପୁଲିସ ଏତଲାକୁ ଗ୍ରହଣ କରି ପଲ୍ଲବୀ ଯେଉଁ ସାକ୍ଷାତକାରରେ କଶ୍ମୀର ପଣ୍ଡିତଙ୍କ ହତ୍ୟା ଓ ଭିଡ଼ ହିଂସା ସମ୍ପର୍କରେ ମତ ରଖିଥିଲେ ।
ଏହାପରେ ପୁଲିସ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି କହିଛି । ନିଜର ଆଗାମୀ ଫିଲ୍ମ ବିରାତା ପରଭମର ପ୍ରୋମସନ ପାଇଁ ପଲ୍ଲବୀ ଗୋଟିଏ ୟଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଇଥିଲେ । ଏହି ସମୟରେ ସେ କଶ୍ମୀର ପଣ୍ଡିତଙ୍କ ନରସଂହାର ସହ ଗୋ ଚୋରାଚାଲାଣ ନାଁରେ ହେଉଥିବା ଲିଚିଂକୁ ତୁଳନା କରିଥିଲେ । ତାଙ୍କର ଏହି ବୟାନ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।