ରବୀନ୍ଦ୍ର ଜାଡେଜାଙ୍କ ହନୁମାନ ଅବତାର

ଭାରତୀୟ ଷ୍ଟାର କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ହନୁମାନ ଅବତାର ସାମ୍ନାକୁ…

ନୂଆଦିଲ୍ଲୀ : ଭାରତୀୟ ଷ୍ଟାର କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ହନୁମାନ ଅବତାର ସାମ୍ନାକୁ ଆସିଛି । ସେ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରିଛନ୍ତି । ଯେଉଁଥିରେ ହାତରେ ଗଦା ଧରିଥିବା ନଜର ଆସିଛି । ଏହାସହ ବ୍ୟାକଗ୍ରାଉଣ୍ଡରେ ହନୁମାନ ଚାଳିସା ମଧ୍ୟ ଶୁଣିବାକୁ ମିଳୁଛି । ସୂଚନାଯୋଗ୍ୟ, ଜାଡେଜା ଗତ ଆଇପିଏଲ ସିଜିନରେ ନଜର ଆସିଥିଲେ । ତାଙ୍କୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଦାୟିତ୍ୱ ମିଳିଥିଲା । କିନ୍ତୁ ଅତ୍ୟଧିକ ଚାପ ହେତୁ ସେ ନେତୃତ୍ୱ ଭାର ଛାଡିଥିଲେ । ଏହାପରେ ସେ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିଲେ ।