ନନ୍ଦ କିଶୋର ସାହୁଙ୍କ ବିୟୋଗରେ ରାଜ୍ୟ ସଭାପତିଙ୍କ ଶୋକ
ସରଳ, ନମ୍ର, ଉଦାର ସ୍ୱଭାବୀ ସ୍ୱର୍ଗତ ସାହୁଅତ୍ୟନ୍ତ ମେଳାପୀ ଦୃଢ ସଂଗଠକ…
ଭୁବନେଶ୍ୱର,ତା.୨୭/୦୬:ଗଞ୍ଜାମ ଜିଲ୍ଲା ବିଜେପିର ପୂର୍ବତନ ସଭାପତି ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ନନ୍ଦ କିଶୋର ସାହୁ(ନନ୍ଦ ଭାଇ)ଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରି ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି ।
ସରଳ, ନମ୍ର, ଉଦାର ସ୍ୱଭାବୀ ସ୍ୱର୍ଗତ ସାହୁଅତ୍ୟନ୍ତ ମେଳାପୀ ଦୃଢ ସଂଗଠକ ଥିଲେ । ପୁରାତନ କାର୍ଯ୍ୟକର୍ତାଭାବେ ଏବଂ ଜନସଂଘ ସମୟରୁ ସ୍ୱର୍ଗତଃ ସାହୁ ନିରନ୍ତର କାର୍ଯ୍ୟକରି ଆମ ସମସ୍ତଙ୍କୁ ମାର୍ଗ ଦର୍ଶନ କରୁଥିଲେ । ଶ୍ରୀ ସାହୁଙ୍କ ବିୟୋଗରେ ବିଜେପିର ଅପୂରଣୀୟ କ୍ଷତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ନନ୍ଦ ଭାଇଙ୍କ ବିୟୋଗରେ ବହୁ ବରିଷ୍ଠ ନେତୃବୃନ୍ଦ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।