ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ସହିତ ଧକ୍କା ହେଲା ପକ୍ଷୀ
ଏଥିପାଇଁ ସାବଧାନୀ ପୂର୍ବକ ଏହାର ଜରୁରୀକାଳୀନ ଅବତରଣ କରାଯାଇଛି…
ବାରାଣସୀ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକାପ୍ଟର ଇମରଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡ଼ିଲା । ହେଲିକାପ୍ଟର ଉଡ଼ିବା ଆରମ୍ଭ କରୁକରୁ ଏକ ପକ୍ଷୀ ଧକ୍କା ହେବାରୁ ଏହି ପରସ୍ଥିତି ଆସିଛି । ଏହି ସୂଚନା ଜିଲ୍ଲାଧିକାରୀ କୌଶଲ ରାଜ ଶର୍ମା ଦେଇଥିଲେ । ଜିଲ୍ଲାଧିକାରୀ ଶର୍ମାଙ୍କ ମୁତାବିକ ଏହାପରେ ମୁଖ୍ୟମନ୍ତ୍ରୀ ପୋଲିସ ଲାଇନରୁ ସର୍କିଟ ହାଉସ ଫେରିଛନ୍ତି । ହେଲିକାପ୍ଟରରେ ବାଡର଼୍ ହିଟ ହୋଇଯାଇଥିଲା । ଏଥିପାଇଁ ସାବଧାନୀ ପୂର୍ବକ ଏହାର ଜରୁରୀକାଳୀନ ଅବତରଣ କରାଯାଇଛି ।