ଆମେରିକାର ସହଯୋଗ ଲୋଡ଼ିଲା ତାଲିବାନ

ଆଫଗାନିସ୍ତାନ ବ୍ୟାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଉଠାଯାଉ…

କାବୁଲ: ଆଫଗାନିସ୍ତାନରେ ଅନେକ ସମୟରେ ଆତଙ୍କବାଦୀ ଆକ୍ରମଣ ହେଉଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟ ବି ପିଛା ଛାଡ଼ୁନି । ନିକଟରେ ଭୟଙ୍କର ଭୂମିକମ୍ପ ତାଲିବାନକୁ ଦୋହଲାଇ ଦେଇଛି । ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଆହତ ହୋଇଛନ୍ତି । ଏଭଳି ଦୁଃସ୍ଥିତିରେ ଦେଶର ଅଚଳ କରାଯାଇଥିବା ବିଦେଶୀ ମୁଦ୍ରା ପାଣ୍ଠିକୁ ଖୋଲିବା ଓ ଲଗାଯାଇଥିବା ଆର୍‌ôଥକ ପ୍ରତିବନ୍ଧକକୁ ଉଠାଇବା ପାଇଁ ଆଫଗାନିସ୍ତାନ ଆମେରିକାକୁ ଅନୁରୋଧ କରିଛି । ଫଳରେ ଭୂମିକମ୍ପ ପୀଡ଼ିତଙ୍କୁ ସହଯୋଗ କରିହେବ । ଏନେଇ ତାଲିବାନ ବିଦେଶମନ୍ତ୍ରୀ ଅମୀର ଖାନ ମୁତ୍ତାକି କହିଛନ୍ତି ଏଭଳି ଘଡ଼ସନ୍ଧି ମୁହୂର୍ତ୍ତରେ ଆମେ ଆମେରିକାକୁ ଅନୁରୋଧ କରୁଛୁ ଯେ ଆଫଗାନିସ୍ତାନକୁ ଅଚଳ କରାଯାଇଛିବା ସମ୍ପତ୍ତିକୁ ପୁଣିଥରେ ମୁକ୍ତ କରାଯାଉ । ତା ସହ ଆଫଗାନିସ୍ତାନ ବ୍ୟାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଉଠାଯାଉ । ଯାହାଦ୍ୱାରା ଆମେ ଲୋକଙ୍କ ପାଖରେ ସହଯୋଗ ପଠାଇପାରିବୁ ।