ଭାରତୀୟ ଖେଳାଳିଙ୍କ ମଜାକ ଉଡାଇଲେ ଇଂଲଣ୍ଡ ଫ୍ୟାନ

ଭାରତୀୟ କ୍ରିକେଟ ଟିମ ଏବେ ଇଂଲଣ୍ଡ ଗସ୍ତରେ ଅଛି । ଏଠାରେ ଦଳ ୱାର୍ମଅଫ୍‌? ମ୍ୟାଚ….

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମ ଏବେ ଇଂଲଣ୍ଡ ଗସ୍ତରେ ଅଛି । ଏଠାରେ ଦଳ ୱାର୍ମଅଫ୍‌? ମ୍ୟାଚ ଖେଳୁଛି । ତେବେ ମ୍ୟାଚ ବେଳେ ଇଂଲଣ୍ଡର କିଛି ଫ୍ୟାନ ଭାରତୀୟ ଖେଳାଳିଙ୍କ ସହ ଅଭଦ୍ରାମି କରିଥିବା ଦେଖିବାକୁ ମିଳିଥିଲା । ସେମାନେ ଭାରତୀୟ ଖେଳାଳି କମଲେଶ୍‌ ନାଗରକୋଟିଙ୍କ ମଜାକ ଉଡାଇଥିଲେ । ତେବେ ଏହା ଦେଖି ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ରାଗି ଯାଇଥିଲେ । ସେ ଡ୍ରେସିଂ ରୁମ ଲନରେ କିଛି ଫ୍ୟାନସଙ୍କୁ କଣ କହୁଥିବା ନଜର ଆସିଥିଲେ । ତେବେ କୋହଲି କମଲେଶ ଆପଣଙ୍କ ପାଇଁ ଏଠାକୁ ଆସିନଥିବା କହୁଥିବା ଶୁଣିବାକୁ ମିଳିଥିଲା । କମଲେଶ ଭାରତୀୟ ଟେଷ୍ଟ ଚିମରେ ସାମିଲ ନାହାଁନ୍ତି ।

ସେ ନେଟ ବୋଲର ଭାବେ ଟିମ ସହ ଇଂଲଣ୍ଡ ଆସିଛନ୍ତି । ତେବେ ସୋସିଆଲ ମିଡିଆରେ କୋହଲି ଓ ଫ୍ୟାନଙ୍କ ମଧ୍ୟରେ ପାଟିତୁଣ୍ଡର ଭିଡିଓ ଦେଖିବାକୁ ମିଳିଛି । ଯେଉଁଥିରେ ଫ୍ୟାନ କୋହଲିଙ୍କୁ କମଲେଶଙ୍କ ସହ ଏକ ସେଳ୍ପି ପାଇଁ କହୁଛନ୍ତି । କିନ୍ତୁ କମଲେଶ ଶୁଣିନଥିଲେ ବୋଲି ଫ୍ୟାନ୍ସ ଅଭିଯୋଗ କରୁଛନ୍ତି । କମଲେଶ ମ୍ୟାଚ ପାଇଁ ଚାକିରୀରୁ ଛୁଟି ନେଇଛନ୍ତି । ଏପରି ଖେଳାଳିଙ୍କ ସହ ସେଲ୍ଫି ଦରକାର ବୋଲି ଫ୍ୟାନ୍ସ କହୁଛନ୍ତି । ଭିଡିଓରେ ଆହୁରି ମଧ୍ୟ ଫ୍ୟାନଙ୍କ ଏହି ପ୍ରଶ୍ନ ଶୁଣି ବିରାଟ ଜବାବ ଦେଉଥିବା ଦେଖିବାକୁ ମିଳିଛି । ବିରାଟ କହୁଛନ୍ତି ଯେ, କମଲେଶ ଏଠାକୁ ଆପଣଙ୍କ ପାଇଁ ଆସିନାହାଁନ୍ତି । ଏପରି ଖରାପ ବ୍ୟବହାର କରିବା ଠିକ ନୁହେଁ । ସେ ମ୍ୟାଚ୍‌ ପାଇଁ ଏଠାକୁ ଆସିଛନ୍ତି ।