ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ
ଆଜି କଟକର ବାଙ୍କୀ ଡମପଡା ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଭାତ ରାଉତଙ୍କ ଘରେ ଭିଜିଲାନ୍ସ ପକ୍ଷରୁ…
କଟକ : ଆଜି କଟକର ବାଙ୍କୀ ଡମପଡା ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଭାତ ରାଉତଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘର ସମେତ ୪ଟି ସ୍ଥାନରେ ଚଢାଉ ଜାରି ରହିଛି। ଏହି ଚଢାଉରେ ୪ ଜଣ ଡିଏସପି, ୧୦ ଜଣ ଅଧିକାରୀ ଓ ଅନ୍ୟ କର୍ମଚାରୀ ମାନେ ସାମିଲ ରହିଛନ୍ତି। କେନ୍ଦ୍ରାପଡା ସ୍ଥିତ ପୈତୃକ ଘର, ବାରଙ୍ଗ ଘର, ଡମପଡା କାର୍ଯ୍ୟାଳୟରେ ଚଢାଉ ଜାରି ରହିଛି। ଚୌଦ୍ୱାର ହାଉସିଂ ବୋର୍ଡ କଲୋନୀରେ ଯନ୍ତ୍ରୀଙ୍କ ଭାଇ ଘରେ ମଧ୍ୟ ଚଢାଉ କରାଯାଇଛି। ଚଢାଉ ସମୟରେ ଅନେକ ଦରକାରୀ କାଗଜପତ୍ର ଜବତ କରାଯାଇଛି।
ବୁଧବାର ଦିନ ଭୋର୍ ୫ ଟାରେ ସମୟରେ କଟକ ଜିଲ୍ଲା ଭିଜିଲାନ୍ସ ଏସ୍.ପି. ଅକ୍ଷୟ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ଇନ୍ସପେକ୍ଟର ବିଜୟ କୁମାର ସେଠୀଙ୍କ ନେତୃତ୍ୱରେ ୬ଜଣିଆ ଭିଜିଲାନ୍ସ ଟିମ୍ ଡମପଡ଼ା ବ୍ଲକ୍ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରିଛନ୍ତି।