୨ରୁ ମୌସୁମୀ ଅଧିବେଶନ ଆରମ୍ଭ

ଆସନ୍ତା ଜୁଲାଇ ୨ରୁ ଆରମ୍ଭ ମୌସୁମୀ ଅଧିବେଶନ। ଅଗଷ୍ଟ ୪ ପର୍ଯ୍ୟନ୍ତ ଅଧବେଶନ…

ଭୁବନେଶ୍ୱର:  ଆସନ୍ତା ଜୁଲାଇ ୨ରୁ ଆରମ୍ଭ ମୌସୁମୀ ଅଧିବେଶନ। ଅଗଷ୍ଟ ୪ ପର୍ଯ୍ୟନ୍ତ ଅଧବେଶନ ଚାଲିବ ବୋଲି ସରକାରଙ୍କ ପକ୍ଷରୁ ସ୍ଥିର ହୋଇଛି। ତେବେ ମାସାଧିକ କାଳ ଚାଲିବାକୁ ଥିବା ଅଧିବେଶନ ସମୟ କିଭଳି ସୁରୁଖୁରୁରେ ଚାଲିବ ତାକୁ ନେଇ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ସର୍ବଦଳୀୟ ବୈଠକ ଲାଗି ବିରୋଧୀ ବିଜେପି ଓ କଂଗ୍ରେସ ସଜବାଜ ହେଉଥିବାବେଳେ ସରକାରୀଦଳ ନିଶ୍ଚଳ ରହିଛି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ସବୁଥର ଭଳି ଏଥର ବିଧାନସଭାର ବିଭିନ୍ନ ନୀତି ନିୟମ ଓ କାର୍ଯ୍ୟବିଧି ଉପରେ ବୈଠକରେ ଆଲୋଚନା ହେବ। ଗୃହରେ କିଭଳି ବିରୋଧୀଙ୍କୁ ଉଚିତ୍ ସମ୍ମାନ ମିଳିବ ଏବଂ ରାଜ୍ୟର ଥିବା ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ଠିକଣା ଭାବେ ହେବ ତା ‘ ଉପରେ ଗୁରୁତ୍ଵ ଦିଆଯିବ। ଏହାସହିତ ଗୃହରେ ଯାହା ସବୁ ଆଲୋଚନା ହେବ ତାହା ଯେପରି ସମସ୍ତ ଜନସାଧାରଣଙ୍କ ପାଖରେ ପହଞ୍ଚିବ ସେ ପ୍ରସଙ୍ଗ ବୈଠକରେ ଉଠିବ। ସରକାର ଯେଉଁସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି ତାହାକୁ ନେଇ ଗୃହରେ ଆଲୋଚନା କରାଯିବ।