ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ମଧ୍ୟରେ ଭୁବନେଶ୍ୱର ଏମ୍ସ ସ୍ଥାନିତ

ଏମ୍ସ ଭୁବନେଶ୍ୱର ଦେଶର ସର୍ବୋତ୍ତମ ୨୦ ଶ୍ରେଷ୍ଠ ମେଡିକାଲ କଲେଜ ମଧ୍ୟରେ…

ଭୁବନେଶ୍ୱର : ଏମ୍ସ ଭୁବନେଶ୍ୱର ଦେଶର ସର୍ବୋତ୍ତମ ୨୦ ଶ୍ରେଷ୍ଠ ମେଡିକାଲ କଲେଜ ମଧ୍ୟରେ ସ୍ଥାନ ପାଇଛି । ଗତବର୍ଷ ତୁଳନାରେ ଏହା ଏକ ବିରାଟ ଉପଲବ୍ଧି । କାରଣ ଗତବର୍ଷ ଏମ୍ସ ୨୫ତମ ସ୍ଥାନରେ ସ୍ଥାନିତ ହୋଇଥିଲା । ‘ଇଣ୍ଟେକ କ୍ୱାଲିଟି ଆଣ୍ଡ ଗଭର୍ଣ୍ଣାନ୍ସ’, ‘ଏକାଡେମୀକ ଉତ୍କର୍ଷତା’, ‘ଭିତ୍ତିଭୂମି ଏବଂ ଅଭିଜ୍ଞତା’, ‘ବ୍ୟକ୍ତିତ୍ୱ ଏବଂ ନେତୃତ୍ୱ ବିକାଶ’, ‘ବୃତ୍ତିଗତ ଉନ୍ନତି ଏବଂ ପ୍ଲେସମେଣ୍ଟ ଆଦି ଭଳି ପାଞ୍ଚଟି ପାରାମିଟରକୁ ନେଇ ଗଠିତ ମାପଦଣ୍ଡ ଆଧାରରେ ସାରା ଦେଶରେ ଥିବା ମେଡିକାଲ କଲେଜଗୁଡ଼ିକୁ ନେଇ ଏହି ସର୍ଭେ କରାଯାଇଥିଲା । ଇ

ଣ୍ଡିଆ ଟୁଡେ ପକ୍ଷରୁ ଏହି ସର୍ଭେ ଖ୍ୟାତନାମା ଅନୁସନ୍ଧାନ ଏଜେନ୍ସି ମାର୍କେଟିଂ ଆଣ୍ଡ ଡେଭଲପମେଣ୍ଟ ରିସର୍ଚ୍ଚ ଆସୋସିଏଟ୍ସ ସହିତ ମିଳିତ ଭାବେ କରାଯାଇଛି । ରୋଗୀ ସେବା ପ୍ରତି ବିସ୍ତୃତ ଆଭିମୁଖ୍ୟ ତଥା ଡାକ୍ତରୀ ଛାତ୍ରମାନଙ୍କ ଗବେଷଣା ତଥା ସାମଗ୍ରିକ ବିକାଶ ହେତୁ ଚଳିତ ବର୍ଷ ଏମ୍ସ ଭୁବନେଶ୍ୱର ଏପରି ଉନ୍ନତ ମାନ୍ୟତା ହାସଲ କରିଛି । ଉଲ୍ଲେଖଯୋଗ୍ୟ, ଏହି ସର୍ଭେରେ ଏମ୍ସ ନୂଆଦିଲ୍ଲୀ ପ୍ରଥମ ସ୍ଥାନ ଅଧିକାର କରିଛି । ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ ଏଭଳି ସଫଳତାରେ ଖୁସି ବ୍ୟକ୍ତ କରିବା ସହିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଗବେଷଣା ଏବଂ ଆଧୁନିକ ଅନୁସନ୍ଧାନ ପଦ୍ଧତି ସହିତ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଏମ୍ସ ଭୁବନେଶ୍ୱର ପ୍ରତିବଦ୍ଧ ବୋଲି ପ୍ରକାଶ କରିଛନ୍ତି ।