ଟି-୨୦ ବିଶ୍ୱକପରୁ ବାଦ୍ ପଡିବେ ସାମି!
ଏଥର ଶାମି ଟିମ ଇଣ୍ଡିଆର ବିଶ୍ୱକପ ସ୍କ୍ୱାଡରେ ରହିବେ ନାହିଁ ବୋଲି ଏହି ସୂତ୍ରରେ କୁହାଯାଇଛି….
ମୁମ୍ବାଇ: ଆୟର୍ଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ଜିତିବା ପରେ ଟିମ ଇଣ୍ଡିଆ ଏବେ ଇଂଲଣ୍ଡ ବିପକ୍ଷ ମ୍ୟାଚ ଉପରେ ଫୋକସ କରିଛି । ଇଂଲଣ୍ଡ ସହ ଦଳ ଗୋଟିଏ ଟେଷ୍ଟ ମ୍ୟାଚ ସହ ଦିନିକିଆ ଓ ଟି-୨୦ ସିରିଜ ଖେଳିବ । ତେଣୁ ବିସିସିଆଇ ଚୟନ କମିଟି ସବୁ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିଛି । ମିଳିଥିବା ଖବର ଅନୁଯାୟୀ, ଦ୍ରୁତ ବୋଲର ମହମ୍ମଦ ଶାମି ଟି-୨୦ ବିଶ୍ୱକପ ଖେଳିବା ଦୌଡ଼ରେ ନାହାନ୍ତି । ବିସିସିଆଇ ତାଙ୍କ ଉପରେ ଆଦୌ ନଜର ରଖିନାହିଁ ।
ଟି-୨୦ ବିଶ୍ୱକପରେ ସାମିଲ ହେବା ପାଇଁ ଶାମି ଫିଟ ହେଉ ନଥିବାରୁ ତାଙ୍କ ବିସିସିଆଇ ଚୟନ କମିଟି ନିଜ ରାଡାରରେ ରଖିନାହିଁ । ଚୟନ କମିଟି ଯୁବ ଖେଳାଳିଙ୍କ ଅଧିକ ମ୍ୟାଚ ଖେଳିବା ପାଇଁ ସୁଯୋଗ ଦେବା ମୁଡରେ ରହିଛି । କିନ୍ତୁ ଏଥର ଶାମି ଟିମ ଇଣ୍ଡିଆର ବିଶ୍ୱକପ ସ୍କ୍ୱାଡରେ ରହିବେ ନାହିଁ ବୋଲି ଏହି ସୂତ୍ରରେ କୁହାଯାଇଛି ।