ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି ରାଖୀ ସାୱନ୍ତ!

ସୋସିଆଲ ମିଡିଆରେ ରାଖୀଙ୍କ ଏହି ଭିଡିଓ ଭାଇରାଲ ହେଉଛି

ମୁମ୍ବେଇ : ବି-ଟାଉନରେ ଏବେ ଆଲିଆ ଭଟ୍ଟ ମା’ ହେବାକୁ ଯାଉଥିବା ଖବର ଚର୍ଚ୍ଚାରେ ରହିଛି । ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଆଲିଆଙ୍କ ମା’ ହେବା ପରେ ବର୍ତ୍ତମାନ ବଲିଉଡର ‘ଡ୍ରାମା କୁଇନ୍‌’ ରାଖୀ ସାୱନ୍ତ ମଧ୍ୟ ବିବାହ ନକରି ମା’ ହେବାକୁ ଉଛନ ହୋଇପଡିଛନ୍ତି । ସେ ମଧ୍ୟ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ରାଖୀଙ୍କ ଏହି ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ନିଜେ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଏହା କହିଛନ୍ତି । ରାଖୀ ତାଙ୍କ ବୟଫ୍ରେଣ୍ଡଙ୍କ ସହ ହସ୍ପିଟାଲରୁ ବାହାରକୁ ଆସୁଥିବା ନଜର ଆସିଛନ୍ତି । ସେହି ସମୟରେ ରାଖୀ କହୁଛନ୍ତି, ‘ମୁଁ କେବେ ମା’ ହେବି ମୋ ଜୀବନରେ କେବେ ଖୁସି ଖବର ଆସିବ ବିବାହ ପୂର୍ବରୁ ଆସିଲେ ବି କୌଣସି ଅସୁବିଧା ନାହିଁ । ଖୁସିଖବର ଆସିବା ପରେ ହିଁ ମୁଁ ବିବାହ କରିବି ବୋଲି କହୁଛନ୍ତି ।

କେବଳ ସେତିକି ନୁହେଁ ତାଙ୍କ ଗର୍ଭରୁ ଜନ୍ମ ହେବା ଛୁଆ କେମିତି ହେବ ସେ ନେଇ ମଧ୍ୟ ଉତ୍ତର ରଖିଛନ୍ତି ରାଖୀ । ସେ କହିଛନ୍ତି, ‘ମୁଁ କେବଳ ଜାଣେ ଯେ ମୋ ଗର୍ଭରୁ ଯିଏ ଜନ୍ମ ହେବ ସେ ଗୋଟିଏ ମହାନ ତଥା ପ୍ରଭାବଶାଳୀ ହେବ । ଯାହା ଫଳରେ ସେ ଦେଶକୁ ବଞ୍ଚାଇବ । କାରଣ ତୁମେମାନେ ଜାଣିଛ ମୁଁ ଜଣେ ଭଲ ଝିଅ । କହିବାକୁ ଗଲେ ରାଖୀ ସାୱନ୍ତ ତାଙ୍କ ବୟଫ୍ରେଣ୍ଡ ଦୁରାନୀଙ୍କ ସହ ଲିଭ ଇନରେ ରହୁଥିବା ନେଇ ନିଶ୍ଚିତ କରିଥିଲେ ।