ନୂଆଦିଲ୍ଲୀ : ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ସେରେନା ୱିଲିୟମ୍ସ ୱିମ୍ବଲଡନ ଟେନିସ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ହାରିଯାଇଛନ୍ତି । ଏହା ସହିତ ସେ ଟୁର୍ଣ୍ଣାମେଣ୍ଟରୁ ମଧ୍ୟ ବାହାରି ଯାଇଛନ୍ତି । ସେରେନା ଖେଳରେ ଖୁବ ଉତଥାନ ଓ ପତ୍ତନ ଦେଇ ଗତି କରିଛନ୍ତି । କେବେ ଲାଗୁଥିଲା ସେ ଲୟରେ ନାହାନ୍ତି, ସେଭଳି ଆଉ କେବେ ଲାଗୁଥିଲା ସେ ଏଭଳି ଖେଳ ଦେଖାଇଛନ୍ତି ଯେପରିକି ସେ ନିଜର ୨୩ ତମ ଗ୍ରାଣ୍ଡ ସ୍ଲାମ ଟାଇଟଲର ଅଭିଯାନରେ ଆଗକୁ ବଢିବେ । ସେରେନା ଗତବର୍ଷ ୨୯ ଜୁନରେ ୱିମ୍ବଲଡନର ସିଙ୍ଗିଲ୍ସ ମୁକାବିଲା ଖେଳିଥିଲେ, କିନ୍ତୁ ପ୍ରଥମ ସେଟରେ ହିଁ ସେ ଆଘାତ ପାଇବା କାରଣରୁ ତାଙ୍କୁ ବାହାର ହେବାକୁ ପଡିଥିଲା ।