ଉଦୟପୁର ଘଟଣାରେ ଏନଆଇଏ ଯାଞ୍ଚ କରିବ

ଏହି ଘଟଣାରେ କୌଣସି ସଂଗଠନ ଓ ଆନ୍ତର୍ଜାତିକ ସମ୍ପର୍କ ରହିଥିବା ସମ୍ପର୍କରେ ପୂଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ…

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜସ୍ଥାନର ଉଦୟପୁର ଠାରେ କହ୍ନେୟା ଲାଲଙ୍କ ନୃଶଂସ ହତ୍ୟା ମାମଲାର ଏନଆଇଏ ଜାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି । ଗୃହ ମନ୍ତ୍ରଣାଳୟ ରାଜସ୍ଥାନର ଉଦୟପୁର ଠାରେ କହ୍ନେୟା ଲାଲଙ୍କ ନୃଶଂସ ହତ୍ୟା ମାମଲାର ଯାଞ୍ଚକୁ ନିଜ ହାତକୁ ନେବା ପାଇଁ ଏନଆଇଏକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣାରେ କୌଣସି ସଂଗଠନ ଓ ଆନ୍ତର୍ଜାତିକ ସମ୍ପର୍କ ରହିଥିବା ସମ୍ପର୍କରେ ପୂଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ । ଏନଆଇଏର ଟିମ ଉଦୟପୁ, ରାଜସ୍ଥାନ ଏଟିଏସ ଘଟଣାକ୍ରମକୁ ନେଇ ସାକ୍ଷୀ ଜୁଟାଇଛନ୍ତି । ରାଜସ୍ଥାନର ଉଦୟପୁରରେ ଦୁଇ ଯୁବକ ଦର୍ଜି କହ୍ନେୟା ଲାଲଙ୍କୁ ହତ୍ୟା କରିଥିଲେ ।