ତ୍ୱଚା ଉଜ୍ଜ୍ୱଳ ପାଇଁ ଆପଣାନ୍ତୁ ଏହି ଉପାୟ
ଅଦା ଗୁଣ୍ଡକୁ ସାମାନ୍ୟ ମହୁ ଏବଂ ଚନ୍ଦନ ଗୁଣ୍ଡ ସହ ମିଶାଇ ବ୍ୟବହାର କରନ୍ତୁ….
ଅଦା ଏପରି ଏକ ସାମଗ୍ରୀ, ଯାହା ପ୍ରାୟ ସମସ୍ତ ଭାରତୀୟଙ୍କ ରୋଷେଇ ଘରେ ନିତିଦିନ ବ୍ୟବହାର ହୁଏ। ଗରମଜାତୀୟ ସାମଗ୍ରୀ ହୋଇ ଥିବାରୁ ଏହା ଶରୀରକୁ ଥଣ୍ଡା ଏବଂ ଶୀତ ଜନିତ ରୋଗରୁ ରକ୍ଷା କରିଥାଏ। ଏଥିରେ ରହିଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ଖାଲି ରୋଗ ଦୂର କରିଥାଏ ତାହା ନୁହେଁ, ବରଂ ଚେହେରାର ସୌନ୍ଦର୍ଯ୍ୟ ମଧ୍ୟ ବଢ଼ାଇଥାଏ।
ଅଦାରେ ରହିଥିବା ୪୦ରୁ ଅଧିକ ଆଣ୍ଟିଅକ୍ସିଡାଣ୍ଟ୍ସ୍ ଆଣ୍ଟି-ଏଜିଂ ପ୍ରକ୍ରିୟାକୁ ଧୀର କରିଥାଏ। ଏହା ଦ୍ୱାରା ଚର୍ମର ଢିଲାପଣ ଏବଂ କୁଞ୍ଚିତରେଖା କମ୍ ହୋଇଥାଏ।
ଯାହାଫଳରେ ଆପଣ ଅଧିକ ବର୍ଷ ଯାଏ ଯୁବକଙ୍କ ଭଳି ଦେଖାଯାଇଥା’ନ୍ତି। ଅଦା ଗୁଣ୍ଡକୁ ସାମାନ୍ୟ ମହୁ ଏବଂ ଚନ୍ଦନ ଗୁଣ୍ଡ ସହ ମିଶାଇ ବ୍ୟବହାର କରନ୍ତୁ, କିଛି ଦିନ ମଧ୍ୟରେ ଆପଣ ତ୍ୱଚାରେ ଔଜଲ୍ୟ ପାଇ ପାରିବେ।