ବଲିଉଡ ଅଭିନେତ୍ରୀ ୟାମିଙ୍କୁ ଇଡିର ସମନ

ୟାମି କିଛିଦିନ ପୂର୍ବରୁ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ର ସମନ । ଫେମା (ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ) ଅନୁଯାୟୀ ହୋଇଥିବା ଅନିୟମିତତା ସମ୍ପର୍କରେ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ତାଙ୍କୁ ଆସନ୍ତା ସପ୍ତାହରେ ହାଜର ହେବାକୁ କୁହାଯାଇଛି । ସୂଚନଥାଉକି, ୟାମି କିଛିଦିନ ପୂର୍ବରୁ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ୨୦୧୯ ତାଙ୍କ ଅଭିନୀତ ଚଳଚ୍ଚ଼ିତ୍ର ‘ଉରି: ଦି ସର୍ଜିକାଲ ଷ୍ଟ୍ରାଇକ’ରେ ୟାମି ଏବଂ ଆଦିତ୍ୟ ଏକାଠି କାମ କରିଥିଲେ । ଯାହାକି ହିଟ ସାବ୍ୟସ୍ତ ହୋଇଥିଲା ।